🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ନୂଆପଡ଼ା ଉପନିର୍ବାଚନରେ ବିଜୟ ହାସଲ ପରେ ମହାପ୍ରଭୁଙ୍କ ଦର୍ଶନ କଲେ ଜୟ ଢୋଲକିଆ - NILACHALA SAMACHAR
Article Image

ନୂଆପଡ଼ା ଉପନିର୍ବାଚନରେ ବିଜୟ ହାସଲ ପରେ ମହାପ୍ରଭୁଙ୍କ ଦର୍ଶନ କଲେ ଜୟ ଢୋଲକିଆ

🗂 Politics | 🕒 15 Nov 2025, 20:48 IST

ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ସାନିଧ୍ୟ ଲାଭ କରିଛନ୍ତି ଜୟ ଢୋଲକିଆ। ପରିବାର ସହ ବିଜେପିର ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ମା ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ‌। ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଜୟ ଢୋଲକିଆ ପହଞ୍ଚିବା ପରେ ସେବାୟତ ଓ ବିଜେପିର ନେତା ଏବଂ କର୍ମୀ ତାଙ୍କୁ ସ୍ବାଗତ କରିଥିଲେ। ତେବେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଜୟ ଢୋଲକିଆ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଏ ମହାପ୍ରଭୁଙ୍କ ଆଶୀର୍ବାଦରୁ ଏତେ ବଡ଼ ବିଜୟ ହାସଲ କରିପାରିଛୁ। ନୂଆପଡ଼ା ବାସୀଙ୍କ ର ହେଉଛି ଏହି ବିଜୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝୀ, ବିଜେପିର ସମସ୍ତ ନେତା ଓ କର୍ମକର୍ତ୍ତାଙ୍କ ଯୋଗୁଁ ଏହି ବିଜୟ ହୋଇଛି। ବାପା ରାଜେନ୍ଦ୍ର ଢୋଲକିଆ ଙ୍କ ଅଧୁରା ସ୍ବପ୍ନ ପୁରଣ କରିବା ପାଇଁ ମହାପ୍ରଭୁ ମତେ ଶକ୍ତି ପ୍ରଦାନ କରନ୍ତୁ ସେନେଇ ପ୍ରାର୍ଥନା କରିଛି। ଜୟ ଢୋଲକିଆ ଙ୍କ ଦର୍ଶନ ସମୟରେ ପୁରୀ ସାଂସଦ ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଏବଂ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ସାମିଲ୍ ଥିଲେ। 


💬 Leave a Comment

🗨️ Approved Comments

No comments yet.

🔗 Share this article: