🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଛୁରୀ ଦେଖାଇ ଦାଦାବଟି ଆଦାୟ ଅଭିଯୋଗ, ୨ ଗିରଫ - NILACHALA SAMACHAR
Article Image

ଛୁରୀ ଦେଖାଇ ଦାଦାବଟି ଆଦାୟ ଅଭିଯୋଗ, ୨ ଗିରଫ

🗂 Crime | 🕒 17 Nov 2025, 00:26 IST


ପୁରୀ ଯାତ୍ରିକା ପାର୍କିଂ ନିକଟରେ ଗାଡି ଡ୍ରାଇଭର ଓ ସ୍ଥାନୀୟ ଦୋକାନୀଙ୍କୁ ଛୁରୀ ଦେଖାଇ ଭୟଭୀତ କରି ଦାଦାବଟି ଆଦାୟ କରିବା ଅଭିଯୋଗରେ ବଳିଆପଣ୍ଡା ଥାନା ପୁଲିସ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଦ୍ବୟ ହେଲେ ବଳିଆପଣ୍ଡା ଜନମଙ୍ଗଳ ସମିତି ଲେନର ଚିଣ୍ଟୁ ଓରଫ ମୃତ୍ୟୁଞ୍ଜୟ ସନ୍ୟାଲ ୨୭ ଓ ଫାଦରସ୍କୁଲ ନିକଟର ଗୁନ ଓରଫ ପ୍ରଶାନ୍ତ ବଳବନ୍ତରାୟ ୩୨ l ଅଭିଯୁକ୍ତ ଦ୍ବୟଙ୍କ ନିକଟରୁ ଗୋଟିଏ ଛୁରୀ, ୨ଟି ମୋବାଇଲ ଓ ୩୨୦ ଟଙ୍କା ଜବତ କରାଯାଇଛି l ଗତ ଶନିବାର ବିଳମ୍ବିତ ରାତ୍ରରେ ପୁଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ବେଳେ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଥିଲେ l ଅଭିଯୁକ୍ତ ଦ୍ବୟ ଛୁରୀ ଦେଖାଇ ଭୟଭୀତ କରି ଦାଦାବଟି ଆଦାୟ କରୁଥିବା ବେଳେ ପୁଲିସ ଗିରଫ କରିଥିଲା l ଅଭିଯୁକ୍ତମାନେ ମଧ୍ୟ ପୁଲିସକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଚମକ ଦେଇଥିଲେ l ଏନେଇ ଇନ୍ସପେକ୍ଟର ନାରାୟଣ ପ୍ରଧାନ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ ୨୧୮/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ବୟଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: