🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଏସକଫସିରଫ ଜବତ, ଜଣେ ଗିରଫ - NILACHALA SAMACHAR
Article Image

ଏସକଫସିରଫ ଜବତ, ଜଣେ ଗିରଫ

🗂 Crime | 🕒 18 Nov 2025, 14:41 IST


ପୁରୀ ନବକଳେବର ରୋଡ ଗରୁଡ଼ ମୂର୍ତ୍ତି ନିକଟରେ ବେଆଇନ ଭାବେ ଏସକଫସିରଫ କାରବାର କରିବା ଅଭିଯୋଗରେ କୁମ୍ଭାରପଡା ଥାନା ପୁଲିସ ଜଣକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ନିକଟରୁ ୨୯ଟି ଏସକଫସିରଫ ବୋତଲ ଜବତ କରିଛି ପୁଲିସ l ଅଭିଯୁକ୍ତର ପରିଚୟ ସଦରଥାନା ଅନ୍ତର୍ଗତ ଖଡ଼ିପଦା ଗ୍ରାମର ଦିଜବର ସ୍ୱାଇଁ ୭୩ l ସୋମବାର ଦିନରେ ପୁଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ବେଳେ ବେଆଇନ ଏସ କଫ ସିରଫ କାରବାର ନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ଅତର୍କିତ ଚଢ଼ାଉ କରିଥିଲା l ଚଢ଼ାଉ ବେଳେ ଏସ କଫ ସିରଫ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା l ଅଭିଯୁକ୍ତ ବିରୁଦ୍ଧରେ ୫୩୭/୨୦୨୫ ନମ୍ବର ମାମାଲା ରୁଜୁ କରାଯାଇ ସୋମବାର କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: