🗂 Crime | 🕒 18 Nov 2025, 20:00 IST
ପୁରୀ ବଡଶଙ୍ଖ ଠାରେ ଆକ୍ରମଣ କରି ଆହତ କରିବା ଅଭିଯୋଗରେ କୁମ୍ଭାରପଡା ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତର ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି l ଅଭିଯୁକ୍ତ ଜଣକ ତଳମାଳି ସାହିର ଅଜୟ କୁମାର ପଲାଇ ୨୪ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଥାନାରେ ଅଭିଯୋଗ କରିଥିବା କୁମୁଟିସାହିର ପୂର୍ଣ୍ଣଚନ୍ଦ୍ର ଦାସ ଗତ ସୋମବାର ସନ୍ଧ୍ୟାରେ ସାଇକେଲ ଯୋଗେ ବଡଶଙ୍ଖ ପରିବା ମାର୍କେଟକୁ ଯାଉଥିବା ବେଳେ ଅଭିଯୁକ୍ତ ଦେହରେ ସାଇକେଲ ଧକ୍କା ହୋଇଥିଲା l ଏଥିରେ ରାଗିଯାଇ ଅଭିଯୁକ୍ତ ଏକ ଛୁରୀ ମାଧ୍ୟମରେ ପୂର୍ଣ୍ଣଚନ୍ଦ୍ରଙ୍କ ବେକର ପଛପଟୁ ଆକ୍ରମଣ କରିଥିଲା l ଏଥିରେ ପୂର୍ଣ୍ଣଚନ୍ଦ୍ର ଆହତ ହୋଇଥିଲେ l ଥାନାରେ ଅଭିଯୋଗ ପରେ 538/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ ପରେ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.