🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଏସପିଙ୍କ ଦ୍ୱାରା କୋଣାର୍କ ଉତ୍ସବ ୨୦୨୫ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା - NILACHALA SAMACHAR
Article Image

ଏସପିଙ୍କ ଦ୍ୱାରା କୋଣାର୍କ ଉତ୍ସବ ୨୦୨୫ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା

🗂 Local | 🕒 18 Nov 2025, 20:11 IST


ପୁରୀ ଆସନ୍ତା ୧ରୁ ୫ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ପର୍ଯ୍ୟଟନ ନଗରୀ କୋଣାର୍କରେ ଆୟୋଜିତ ହେବାକୁ ଯାଉଥିବା କୋଣାର୍କ ଉତ୍ସବ – ୨୦୨୫ ନିମନ୍ତେ ଜନଗହଳି, ପର୍ଯ୍ୟଟକ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ଓ ଲ’ ଅର୍ଡର ସ୍ଥିତିକୁ ନଜରରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ପରିପ୍ରେକ୍ଷିରେ ପୁରୀ ଏସ୍ପି ପ୍ରତୀକ ସିଂହ ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ଦେଖିବା ସହିତ ଆଖ ପାଖ ଅଞ୍ଚଳକୁ ପରିଦର୍ଶନ କରି ଆବଶ୍ୟକ ସୁରକ୍ଷା, ପରିଚାଳନା ଓ ପରିଦର୍ଶନାତ୍ମକ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏହାସହିତ କୋଣାର୍କ ହୋଟେଲ୍ ଆସୋସିଏସନ୍ ସ‌ହିତ ବୈଠକ କରି ପର୍ଯ୍ୟଟକଙ୍କ ସୁରକ୍ଷା, ଅତିଥିଙ୍କ ପାଇଁ ସୁସ୍ଥ ପରିବେଶ, ହୋଟେଲ୍ ଅକ୍ୟୁପାନ୍ସି ମେନେଜମେଣ୍ଟ, ଫାୟାର ସେଫ୍ଟି ଓ ଜରୁରୀକାଳୀନ ଯୋଗାଯୋଗ ନ -୧୧୨ ସମନ୍ୱୟ ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା। ଏହି ଗ୍ରସ୍ତ ସମୟରେ ଡିଏସପି ନିମାପଡ଼ା ଶ୍ରୀ ଜନାର୍ଦ୍ଦନ ପାଢୀ, ତହଶିଲଦାର ଗୋପ, ଇଓ କୋଣାର୍କ, ଟୁରିଷ୍ଟ ଅଫିସର କୋଣାର୍କ, ଆଇଆଇସି କୋଣାର୍କ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଆଇଆଇସି ରାମଚଣ୍ଡୀ, ଆଇଆଇସି ଚନ୍ଦ୍ରଭାଗା ମେରିନ୍ ଏବଂ ଅନ୍ୟ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। କୋଣାର୍କ ଉତ୍ସବ ପାଇଁ ପ୍ରସ୍ତାବିତ ସୁରକ୍ଷା ଓ ବ୍ୟବସ୍ଥାପନା କରାଯାଉଛି ଯେପରିକି ସୂର୍ଯ୍ୟ ମନ୍ଦିର ପରିସର, ଚନ୍ଦ୍ରଭାଗା ସମୁଦ୍ରତଟ, ଯାତାୟାତ ରାସ୍ତା ସହିତ ସମଗ୍ର କୋଣାର୍କ ଓ ରାମଚଣ୍ଡୀ ଅଞ୍ଚଳରେ ଅତିରିକ୍ତ ପୋଲିସ ବ୍ୟବସ୍ଥା କରାଯିବ। ବିଭିନ୍ନ ପ୍ରମୁଖ ସ୍ଥାନରେ QRT ଟୀମ୍ ନିୟୋଜନ। ଉତ୍ସବ ସମୟରେ ବିଶେଷ ଟ୍ରାଫିକ ପ୍ଲାନ୍ କାର୍ଯ୍ୟକାରୀ ହେବ। ଯାତ୍ରୀ ଗମନା ଗମନ ଦୃଷ୍ଟିରେ ରଖି ପାର୍କିଂ ଜୋନ୍ ବ୍ୟବସ୍ଥା। ଟ୍ରାଫିକ ଜାମ୍ ରୋକିବା ପାଇଁ ବାଇକ୍ ପାଟ୍ରୋଲିଂ କରାଯିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି l ସମସ୍ତ ହୋଟେଲ ମାନଙ୍କୁ ଜଣାଇଛନ୍ତି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷିତ ରହଣି, CCTV, ଫାୟାର ଏବଂ ଇମର୍ଜେନ୍ସି ପ୍ଲାନ୍, ନିଜ ଥାନା ସହ ଯୋଗାଯୋଗ, ପର୍ଯ୍ୟଟକଙ୍କୁ ଉତ୍ତମ ଆଚରଣ ବ୍ୟବସ୍ଥା କରିବେ, ସୂର୍ଯ୍ୟ ମନ୍ଦିର ଓ ଉତ୍ସବ ପଣ୍ଡାଲ ଆସପାସରେ ବ୍ୟାପକ CCTV ମନିଟରିଂ କରାଯିବ। ଭିଡ଼ ନିଅନ୍ତ୍ରଣ ଓ ଅପରାଧ ପ୍ରତିରୋଧ ପାଇଁ ବ୍ୟବସ୍ଥା କରାଯିବ। ଉତ୍ସବ ଦିନଗୁଡିକରେ ବିଶେଷ ଫୋର୍ସ, ପୋଲିସ ଅଧିକାରୀ, ହୋମଗାର୍ଡ ଓ ଫୋର୍ସ ଟୀମ୍ ନିୟୋଜନ କରାଯିବ। ଅପରାଧ ପ୍ରତିରୋଧ ପାଇଁ ସାଧା ପୋଷାକରେ ନିୟୋଜିତ କରାଯିବ ପାଇଁ ସ୍ଥିର ହୋଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: