🗂 Crime | 🕒 18 Nov 2025, 20:20 IST
ପୁରୀ ବଳିଆପଣ୍ଡା ବିଧବାଶ୍ରମ ଛକ ସ୍ଥିତ ହୋଟେଲରେ ପଶି ଧମକ ଦେବା ସହ ମାସକୁ ଦାଦାବଟି ୧ଲକ୍ଷ ଟଙ୍କା ଦାବି କରିବା ଅଭିଯୋଗରେ ବଳିଆପଣ୍ଡା ଥାନା ପୁଲିସ ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତମାନେ ହେଲେ ଗୌଡ଼ବାଡ଼ ସାହିର ହାତୀ ଓରଫ ଜମ୍ବେଶ୍ୱର ମହାନ୍ତି ୫୬, ବଳିଆପଣ୍ଡା ଜନମଙ୍ଗଳ ସମିତି ଲେନର ଜଗୁ ଓରଫ ଭଗବାନ ଶତପଥି ୨୯ ଓ ସଦର ଥାନା ଅନ୍ତର୍ଗତ ଜଗନ୍ନାଥ ପାଟଣାର ପଶା ଓରଫ ପ୍ରଶାନ୍ତ ସ୍ୱାଇଁ ୩୧ l ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ଛୁରୀ ଜବତ କରିଛି ପୁଲିସ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ବଳିଆପଣ୍ଡା ବିଧବାଶ୍ରମ ଛକ ସ୍ଥିତ ଥିବା ଏକ ହୋଟେଲର ମାଲିକ ରଘୁନାଥ ମିଶ୍ର ଗତ ରବିବାର ଅପରାହ୍ନରେ ଥାନାରେ ଅଭିଯୋଗ କରିଥିଲେ l ସେ ଅଭିଯୋଗ କରିଥିଲେ ଯେ ଉକ୍ତ ଦିନ ତାଙ୍କ ହୋଟେଲରେ ମ୍ୟାନେଜର ସୁବ୍ରତ ମାର୍ଥା ଓ ବିଶ୍ୱନାଥ ମିଶ୍ର ହୋଟେଲରେ ଉପସ୍ଥିତ ଥିଲେ l ଏହି ସମୟରେ ଅଭିଯୁକ୍ତ ଜଗୁ ଓ ପଶା ହୋଟେଲକୁ ଯାଇ ଧକମ ଚମକ ଦେଇଥିଲେ l ଏଠାରେ ଯେଉଁମାନେ ଘର କିମ୍ବା ହୋଟେଲ ନିର୍ମାଣ କରନ୍ତି ସେମାନେ ଦାଦାବଟି ଦିଅନ୍ତି l ତମେମାନେ ମାସକୁ ୧ଲକ୍ଷ ଟଙ୍କା ଦେବାକୁ ପଡିବ କହି ଧମକାଇ ଥିଲେ l ଏଥିସହ ଆମେ ହାତୀ ମହାନ୍ତି ଓ ତାଙ୍କ ପୁତ୍ର ଚନ୍ଦନ ମହାନ୍ତି ଗ୍ରୁପର l ଯେଉଁମାନେ ଏଠାରେ ନିର୍ମାଣ କାର୍ଯ୍ୟ କରନ୍ତି ସେମାନେ ଏହି ଗ୍ରୁପକୁ ଟଙ୍କା ଦିଅନ୍ତି l ଏ ନେଇ ଶ୍ରୀ ମିଶ୍ରଙ୍କ ଅଭିଯୋଗ କ୍ରମେ ୨୧୯/୨୦୨୫ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ ପରେ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.