🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ଛିନ୍ତାଇ କରି ଦୁଇ ସେବାୟତ ଗିରଫ - NILACHALA SAMACHAR
Article Image

ଛିନ୍ତାଇ କରି ଦୁଇ ସେବାୟତ ଗିରଫ

🗂 Crime | 🕒 19 Nov 2025, 12:02 IST

ପୁରୀର ବିଭିନ୍ନ ଥାନାରେ ଅନେକ ମାମଲା ରହିଛି. ତେବେ ପୁଲିସ କବ୍‌ଜାରେ ଏହି ଲୁଟେରା ହେଲେ ଶ୍ରୀମନ୍ଦିର ଦୁଇ ସେବାୟତ ବୋଲି ସୂଚନା ମିଳିଛି। ସେମାନଙ୍କୁ ପୁଲିସ ପୁଲିସ ଅଟକ ରଖି ଜେରା କରୁଛି। ଖୁବ୍‌ଶୀଘ୍ର ଦୁଇ ସେବାୟତ ସୁଆର ସେବକ ଙ୍କ କଳାକାରନାମାର ପର୍ଦ୍ଦାଫାସ କରିବ ପୁଲିସ। ଦୁଇ ସେବକଙ୍କ ବିରୋଧରେ ପୁଲିସକୁ ମିଳିଛି ଅନେକ ତଥ୍ୟ । ସେମାନେ ମାନେ ଗୋଟିଏ ଥାନା ଅଞ୍ଚଳର ନୁହେଁ, ତାଙ୍କ ନାମରେ ୪ରୁ ଅଧିକ ଲୁଟ୍ ପାଟ, ଛିନତାଇ ମାମଲା ରହିଛି । ଛିନ୍‌ ତାଇ ମାମଲାରେ ସିଧାସଳଖ ସମ୍ପୃକ୍ତ ଥିବା ପୁଲିସ ଜାଣିସାରିଛି। ସେମାନଙ୍କ ମଧ୍ୟରେ ଆଉ କେଉଁମାନେ ସାମିଲ ଅଛନ୍ତି ସେ ନେଇ ପୋଲିସ ତଦନ୍ତ କରୁଛି। ଏମାନେ କୁମ୍ଭାରପଡ଼ା, ଟାଉନ୍ ଥାନା, ସମୁଦ୍ରକୂଳ ଓ ବଳିଆପଣ୍ଡା ଥାନା ଅଞ୍ଚଳରୁ ବିପୁଳ ମାତ୍ରାରେ ମୋବାଇଲ୍ ଫୋନ୍ ଓ ଭ୍ୟାନିଟି ବ୍ୟାଗ ଲୁଟ୍ କରିଥିବା ଜଣାପଡ଼ିଛି। ଆଜି ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି। ତେବେ ସେମାନଙ୍କ ଠାରୁ ୫ଟି ଭ୍ୟାନିଟି, ୧୦ହଜାର ଟଙ୍କା, ଛୁରୀ, ଗୋଟେ ବାଇକ ଜବତ କରାଯାଇଛି। ତେବେ ସେମାନଙ୍କ ଟି ଆଇ ପ୍ୟାରେଡ ପରେ ସବିଶେଷ ତଥ୍ୟ ମିଳିବ ବୋଲି ପୁରୀ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।



💬 Leave a Comment

🗨️ Approved Comments

No comments yet.

🔗 Share this article: