🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ବ୍ରାଉନ ସୁଗାର ବେପାରୀ ଗିରଫ,୮. ୬୦ଗ୍ରାମ ବ୍ରାଉନ ସୁଗାର ଜବତ - NILACHALA SAMACHAR
Article Image

ବ୍ରାଉନ ସୁଗାର ବେପାରୀ ଗିରଫ,୮. ୬୦ଗ୍ରାମ ବ୍ରାଉନ ସୁଗାର ଜବତ

🗂 Crime | 🕒 20 Nov 2025, 22:40 IST

ପୁରୀ ବ୍ରାଉନ ସୁଗାର କାରବାର ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ଜଣକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ଳ ଅଭିଯୁକ୍ତର ଜାମିନ ନାମଂଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି l ଅଭିଯୁକ୍ତ ଜଣକ ମାଟିମଣ୍ଡପ ସାହିରେ ରହୁଥିବା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗୋପ ନୁଆସାହିର ମିଲୁ ଓରଫ ଶିବୁନା ଓରଫ ସଂଗ୍ରାମ ମିଶ୍ର ୨୭ l ଅଭିଯୁକ୍ତ ନିକଟରୁ ୮. ୬୦ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୁଲିସ l ଗତ ବୁଧବାର ବିଳମ୍ବିତ ରାତ୍ରରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଅଭିଯୁକ୍ତ ହ୍ୟାପିହୋମ ଛକ ଠାରେ ବ୍ରାଉନ ସୁଗାର କାରବାର ବେଳେ ପୁଲିସ ମାଡିବସିଥିଲା l ପରେ ଏନଡିପିଏସ ଆକ୍ଟରେ ୩୪୨/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ. ଗୁରୁବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: