🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ବଡ଼ଦାଣ୍ଡରେ ଜଳିଲା ଲକ୍ଷେ ଦୀପ - NILACHALA SAMACHAR
Article Image

ବଡ଼ଦାଣ୍ଡରେ ଜଳିଲା ଲକ୍ଷେ ଦୀପ

🗂 Local | 🕒 21 Nov 2025, 10:43 IST



ପୁରୀ ଦେବ ଦୀପାବଳି ଅବସରରେ ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ସମେତ ବଡ଼ଦାଣ୍ଡରେ ଜଳିଛି ୧ ଲକ୍ଷ ଦୀପ। ଦୀପ ଆଲୋକରେ ଝଲସିଥିଲା ଗୁଣ୍ଡିଚା ମନ୍ଦିରଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳ। ଓଡ଼ିଶା ଇଣ୍ଟର


ନ୍ୟାସନାଲ ସେଣ୍ଟର ଓ ଶ୍ରୀକ୍ଷେତ୍ର ବିକାଶ ମଞ୍ଚର ମିଳିତ ସ‌ହ‌ଯୋଗରେ ଏହି ଉତ୍ସବ ଆୟୋଜିତ ହୋଇଛି। ବଡ଼ଦାଣ୍ଡ ସମେତ ପୁରୀର ବିଭିନ୍ନ ମନ୍ଦିର, ସଂସ୍କୃତିକ ଅନୁଷ୍ଠାନ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଦୀପ ଜଳାଯାଇଥିଲା । ଏହା ସହ


ବିଭିନ୍ନ ସ୍ଥାନରେ ରଙ୍ଗୋଲି ମଧ୍ୟ ଝଲସିଥିଲା । ଗତ ୨୦୨୦ ମସିହାରୁ ଏଭଳି ଭବ୍ୟ ଢଙ୍ଗରେ ଦେବ ଦୀପାବଳି ପାଳନ ହୋଇଆସୁଛି । ଏହା ସହ ଗୁଣ୍ଡିଚା ମନ୍ଦିର, ବଳଗଣ୍ଡି ଛକ ସମେତ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ଭଳନ ସନ୍ଧ୍ୟା ଆୟୋଜନ ହୋଇଥିଲା।

💬 Leave a Comment

🗨️ Approved Comments

No comments yet.

🔗 Share this article: