🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ବିହାର ନିର୍ବାଚନରେ ବିପୁଳ ସଫଳତା, ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - NILACHALA SAMACHAR
Article Image

ବିହାର ନିର୍ବାଚନରେ ବିପୁଳ ସଫଳତା, ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

🗂 Politics | 🕒 22 Nov 2025, 00:21 IST

ପୁରୀରେ ପହଁଚିବା ପରେ ଅଠରନଳା ଠାରୁ ତାଙ୍କୁ ବିରାଟ ଶୋଭାଯାତ୍ରାରେ ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିରରେ ଅଣାଯାଇଥିଲା। ପୁରୀ ଜିଲ୍ଲା ବିଜେପି ସହ ସେବାୟତଙ୍କୁ ପକ୍ଷରୁ କେନ୍ଦ୍ର ମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିର ଯାଇ ସେ ରତ୍ନସିଂହାସନ ରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବା ସହ ବିହାର ନିର୍ବାଚନ ସଫଳତା ନେଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ ।ଏଥିସହ ସେ ଓଡ଼ିଶାର ବିକାଶ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ। । ପରେ ସେ ମା ବିମଳା,ମା ମହାଲକ୍ଷ୍ମୀଙ୍କ ଦର୍ଶନ ସହ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରିଥିଲେ।ପରେ ଦକ୍ଷିଣ ଦ୍ଵାର ନିକଟକୁ ଯାଇ ଏଏସଆଇ କାର୍ଯ୍ୟଳୟରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ନେଇ ଅନୁଧ୍ୟାନ କରିଥିଲେ।ଫେରିବା ବାଟରେ ବାଇଶି ପାହାଚ ଉପରେ କିଛି ସମୟ ରହିଥିଲେ।ପରେ ଅରୁଣ ସ୍ତମ୍ଭ ନିକଟରେ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ। ମହାପ୍ରଭୁ ଙ୍କୁ ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମ କୁ ନିଜ ପ୍ରତିକ୍ରିୟା ରେ କହିଥିଲେ , ମୋର ବଡ ସୌଭାଗ୍ୟ ଆଜି ମହାପ୍ରଭୁ ଙ୍କ ସାନିଧ୍ୟ ଲାଭ କଲି। ବିହାର ବାସୀ ବିପୁଳ ଭୋଟ ଦେଇ ଏନ୍ ଡି ଏ ସରକାର କୁ ଜିତାଇବା ସହ ଗଣତନ୍ତ୍ର କୁ ମଜଭୁତ କରିଛନ୍ତି। ମହାପ୍ରଭୁ ଙ୍କ ଆଶୀର୍ବାଦ ଓ ବିହାର ଜନତା ଆଶୀର୍ବାଦ ଯୋଗୁଁ ଏନ୍ ଡି ଓ ବିପୁଳ ସଫଳତା ହାସଲ କରିଚି । ଯଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଙ୍କ ବିକାଶ ଓ ଜନକଲ୍ୟାଣ ମୂଳକ ଯୋଜନା କାର୍ଯ୍ୟ କୁ ନେଇ ଏନ୍ ଡି ଏ ବିପୁଳ ଜନମତ ହାସଲ କରି ବିହାର ରେ ସରକାର ଗଠନ କରିବାରେ ସଫଳ ହୋଇଛି। ବିହାର ବାସୀ ବିକଶିତ ବିହାର ଓ ବିକଶିତ ଭାରତ ଦେଖିବାକୁ ଚାହୁଁଛନ୍ତି। ଏଣୁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଦାୟିତ୍ଵ ଦେଇଛନ୍ତି। ମୁଁ ମହାପ୍ରଭୁ ଙ୍କୁ ପ୍ରାର୍ଥନା କରୁଚି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କୁ ମହାପ୍ରଭୁ ସଦବୁଦ୍ଧି ଦିଅନ୍ତୁ। ତାଙ୍କର ମତିଭ୍ରଷ୍ଟ ହୋଇଚି। ଦେଶ ଭିତରେ ଉତ୍ତେଜନା ସୃଷ୍ଟି କରିବା ଓ ଦେଶ କୁ ଖଣ୍ଡ ଖଣ୍ଡ କରିବା ପାଇଁ ସେ ବ୍ୟାପକ ବୈଦେଶିକ ଷଡ଼ଯନ୍ତ୍ର ର ସେ ଶିକାର ହୋଇଛନ୍ତି। ପ୍ରଭୁ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ।



💬 Leave a Comment

🗨️ Approved Comments

No comments yet.

🔗 Share this article: