🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
୪୪.୨୭ ଗ୍ରାମ ବ୍ରାଉନ ସୁଗାର ଜବତ,୪ ଗିରଫ - NILACHALA SAMACHAR
Article Image

୪୪.୨୭ ଗ୍ରାମ ବ୍ରାଉନ ସୁଗାର ଜବତ,୪ ଗିରଫ

🗂 Crime | 🕒 22 Nov 2025, 01:33 IST


ପୁରୀ ମାଳତିପାଟପୁର ଓଭର ବ୍ରିଜ ନିକଟରୁ ସଦର ଥାନା ପୋଲିସ ଚଢ଼ାଉ କରି ବ୍ରାଉନ ସୁଗର ଜବତ କରିବା ସହ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଗିରଫ ଅଭିଯୁକ୍ତ ମାନେ ହେଲେ ଷ୍ଟେସନ ରୋଡ ଧୋବା ସାହି ର ନନ୍ଦ ଓରଫ ଟୁଟିନା ବେହେରା ବୟସ ୩୨,ସମଙ୍ଗରା ଗ୍ରାମର ପପୁ ଓରଫ ଧିରଜ ସ୍ୱାଇଁ ବୟସ ୨୮,ସମଙ୍ଗରା ନୂଆ ସାହିର ଅଜୁ ଓରଫ ଅଜୁ ଦାସ ବୟସ ୩୨ ଓ ପିଳିପିଳା ଗ୍ରାମର ଦିଜୁ ଓରଫ ବିଜୟ କୁମାର ରାଉତ ବୟସ ୨୬ ।ଅଭିଯୁକ୍ତ ମାନଙ୍କ ନିକଟରୁ ଏକ ପଲିଥିନ ଜରିରୁ ୪୪.୨୭ ଗ୍ରାମ ବ୍ରାଉନ ସୁଗାର୍ ,୨ ଟି ମୋଟର ସାଇକେଲ,୭ ଟି ମୋବାଇଲ ଫୋନ୍ ଓ ସିମ୍ ଜବତ କରାଯାଇଛି ।ମୁନା ଓରଫ ଅର୍ଜୁନ କର , ଜଗା ନାୟକ ଏହି ଦୁଇ ଜଣ ଫେରାର ଥିବା ନେଇ ପୋଲିସ କହିଛି ।ପୋଲିସ ସୂତ୍ରରୁ ପ୍ରକାଶ ଯେ ଗତ ଗୁରୁବାର ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ କରାଯାଉଥିବା ବେଳେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ ମାଳତିପାଟପୁର ଓଭର ବ୍ରିଜ ନିକଟରେ କେତେକ ଯୁବକ ଏକାଠି ହୋଇ ବ୍ରାଉନ ଶୁଗାର କାରବାର କରିଥିଲେ ।ଉକ୍ତ ଖବର ଅନୁଯାୟୀ ପୋଲିସ ଘଟଣା ସ୍ଥଳରେ ଚଢାଉ କରିଥିଲା ।ଚଢାଉ ବେଳେ ଦୁଇ ଜଣ ଚଂଚକତାର ସହ ଖସି ପଳାଇଥିବା ବେଳେ ୪ ଜଣକୁ ଗିରଫ କରିଥିଲେ । ndps ଧାରା ରେ ୭୧୦/୨୫ ନମ୍ୱର୍ ରେ ମାମଲା ରୁଜୁ କରି ୪ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: