🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ମାଡ଼ି ବସିଲା ପୁଲିସ, ପିସ୍ତଲ ସହ ୨ ରାଉଣ୍ଡ ଗୁଳି ଜବତ - NILACHALA SAMACHAR
Article Image

ମାଡ଼ି ବସିଲା ପୁଲିସ, ପିସ୍ତଲ ସହ ୨ ରାଉଣ୍ଡ ଗୁଳି ଜବତ

🗂 Crime | 🕒 23 Nov 2025, 20:00 IST

ପୁରୀ ବ୍ରହ୍ମଗିରି ହାତରେ ଏକ ପିସ୍ତଲ ଧରି ପର୍ଯ୍ୟଟନସ୍ଥଳୀକୁ ଯିବା ମୁଖ୍ୟ ଛକରେ ଆତଙ୍କ ଖେଳାଉଥିବା ଯୁବକକୁ ପୁଲିସ ମାଡ଼ି ବସିଛି। ଯୁବକଠାରୁ ଏକ ପିସ୍ତଲ ସହିତ ୨ ରାଉଣୁ ଜୀବନ୍ତ ଗୁଳି ପୁଲିସ ଜବତ କରିଛି। ବ୍ରହ୍ମଗିରି ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ରାତିରେ ପୁରୀ-ସାତପଡ଼ା ଫାଣ୍ଡି ଅନ୍ତର୍ଗତ ପର୍ଯ୍ୟଟନସ୍ଥଳୀକୁ ଯିବା ପାଇଁ ମୁଖ୍ୟଛକ ଦହିଖିଆ ବଜାରଠାରେ ପୁରୀ ଟାଉନ୍‌ଥାନା ଅନ୍ତର୍ଗତ ଚୁଡଙ୍ଗସାହି ମାତା ଗୋସାଇଁ ଲେନ୍‌ର ମାଧବ ନାୟକଙ୍କ ପୁଅ ମନୋଜ କୁମାର ନାୟକ (୩୩) ହାତରେ ଏକ ପିସ୍ତଲ ଧରି ଆତଙ୍କ ଖେଳାଉଥିବା ଖବର ମିଳିଥିଲା | ଖବରପାଇ ତୁରନ୍ତ ବ୍ରହ୍ମଗିରି


ଥାନା ଆଇଆଇସି ବାମଦେବ ସ୍ଵାଇଁଙ୍କ ନେତୃତ୍ବରେ ଏକ ଟିମି ଚଢ଼ଉ କରିଥିଲା। ଚଢ଼ଉ କରି ମନୋଜକୁ କାବୁ କରିଥିଲା।


ତା'ଠାରୁ ଏକ ପିସ୍ତଲ ସହିତ ୨ ରାଉଣୁ ଗୁଳି ଜବତ କରିଛି। ଜବତ କରାଯାଇଥିବା ପିସ୍ତଲ୍‌ଲ୍ଟି ୭.୬୫ ରେଞ୍ଜ ହୋଇଥିବା ବେଳେ


ଏହା ଉପରେ ୟୁଏସ୍ଏ ଲେଖାଯାଇଛି। ପ୍ରକୃତରେ ଏହା ଦେଶୀ ବନ୍ଧୁକ ନା କେଉଁଠି ତିଆରି ହୋଇଛି ତାହା ଏଫ୍ଏଲ୍‌ସି ବିଭାଗର ରିପୋର୍ଟ ଆସିବା ପରେ ଜଣାପଡ଼ିବା ପିସ୍ତଲ ଓ ଗୁଳିକୁ ଏଫ୍‌ସ୍ଏଲ୍‌ସି ବିଭାଗକୁ ପରୀକ୍ଷା ପାଇଁ ପଠାଯିବ। ମନୋଜ କେଉଁ ଉଦ୍ଦେଶ୍ୟରେ ଆସିଥିଲା ଏବଂ ତାଙ୍କ ସହିତ ଆଉ କିଏ ଥିଲା ସେ ନେଇ ତଦନ୍ତ ଜାରି ରହିଛି। ଏନେଇ ୪୭୮/୨୫ରେ ୨୯୨ ବିଏନ୍ଏସହିତ ୨୫/୨୭ ଆର୍ମସ ଆକ୍ଟରେ ଏକ ମାମଲା ରୁଜୁ ହୋଇ ମନୋଜକୁ ଆଜି କୋର୍ଟ ଚାଲାଣ କରାଯାଇଛି। 

💬 Leave a Comment

🗨️ Approved Comments

No comments yet.

🔗 Share this article: