🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ତିନିଦିନିଆ ଜାତୀୟ ଆମେଚର ଗୋ କ୍ରୀଡା ପ୍ରତିଯୋଗିତା ଉଦଯାପିତ - NILACHALA SAMACHAR
Article Image

ତିନିଦିନିଆ ଜାତୀୟ ଆମେଚର ଗୋ କ୍ରୀଡା ପ୍ରତିଯୋଗିତା ଉଦଯାପିତ

🗂 Sports | 🕒 25 Nov 2025, 01:00 IST



ପୁରୀ ଗତ ୨୨ତାରିଖରୁ ଅନୁଷ୍ଠିତ ତିନିଦିନିଆ ଜାତୀୟ ଆମେଚର ଗୋ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଯାଇଛି l ଉଦଯାପନ ଉତ୍ସବରେ ସେଞ୍ଚୁରି୍ୟାନ ୟୁନିଭରସିଟି କୁଳାଧିପତି ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଆମେଚର ଗୋ ଆସୋସିଏସନ ଓଡିଶା ସଭାପତି ବିନୟ ନୃସିଂହ ମହାପାତ୍ର, ସର୍ବଭାରତୀୟ ସଂଯୋଜକ ଚନ୍ଦନ ପାଣ୍ଡେ, ସମ୍ପାଦକ ରାଜକିଶୋର ମହାନ୍ତି, ଶିକ୍ଷାବିତ ବିଜୟ ଲକ୍ଷ୍ମୀ ଦାଶ,ରବି ନାରାୟଣ ଦାଶ, ଡାକ୍ତର ଦୀପସ୍ମିତା ରାୟ, ସୁଶ୍ରୀ ପ୍ରିୟଦର୍ଶିନୀ ପାଣି ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l ସବ ଜୁନିୟର ସିଙ୍ଗଲ ବାଳକ ବିଭାଗରେ ତେଲେଙ୍ଗାନାର ଲଳିତେଶ ପ୍ରଥମ ତେଲେଙ୍ଗାନା ଶୋଭାନ ଦ୍ଵିତୀୟ, ଓଡିଶାର ସୁରଜ ମହାପାତ୍ର ତୃତୀୟ, ସବ ଜୁନିୟର ସିଙ୍ଗଲ ବାଳିକା ବିଭାଗରେ ତାମିଲନାଡୁ ପ୍ରଥମ, ଆନ୍ଧ୍ରପ୍ରଦେଶ ଦ୍ଵିତୀୟ, ସବ ଜୁନିୟର ଗ୍ରୁପ ବାଳକ ବିଭାଗରେ ମହାରାଷ୍ଟ୍ର ପ୍ରଥମ, ଉତ୍ତରପ୍ରଦେଶ ଦ୍ଵିତୀୟ, ଜମ୍ମୁ ଆଣ୍ଡ କାଶ୍ମୀର ତୃତୀୟ, ସବ ଜୁନିୟର ଗ୍ରୁପ ବାଳିକା ବିଭାଗରେ ଆନ୍ଧ୍ର ପ୍ରଦେଶ ପ୍ରଥମ, ମହାରାଷ୍ଟ୍ର ଦ୍ଵିତୀୟ, ଜୁନିୟର ସିଙ୍ଗଲ ବାଳକ ବିଭାଗରେ ପ୍ରଥମ ତେଲେଙ୍ଗାନାର ରାହୁଲ, ଦ୍ଵିତୀୟ ତେଲେଙ୍ଗାନାର ଚେତନ, ତୃତୀୟ ମହାରାଷ୍ଟ୍ରର ଧ୍ରୁବ, ଜୁନିୟର ଗ୍ରୁପ ବାଳକ ବିଭାଗରେ ପ୍ରଥମ ତାମିଲ ନାଡୁ, ଦ୍ୱତୀୟ ଆନ୍ଧ୍ରପ୍ରଦେଶ, ତୃତୀୟ ମହାରାଷ୍ଟ୍ର, ଜୁନିୟର ଗ୍ରୁପ ବାଳିକା ବିଭାଗରେ ପ୍ରଥମ ତାମିଲନାଡୁ, ଦ୍ଵିତୀୟ ମହାରାଷ୍ଟ୍ର, ଜୁନିୟର ବାଳକ ବାଳିକା ଯୋଡି ବିଭାଗରେ ପ୍ରଥମ ତାମିଲନାଡୁ, ଦ୍ଵିତୀୟ ଆନ୍ଧ୍ର ପ୍ରଦେଶ, ତୃତୀୟ ମହାରାଷ୍ଟ୍ର, ଜୁନିୟର ୧୩×୧୩ ବାଳକ ବିଭାଗରେ ପ୍ରଥମ ଆସାମ, ଦ୍ଵିତୀୟ ବିହାରର ରାଘବ,ତୃତୀୟ ବିହାରର କେଶବ, ସିନିୟର ସିଙ୍ଗଲ ବାଳକ ବିଭାଗରେ ପ୍ରଥମ ତେଲେଙ୍ଗାନାର ରାଜେଶ, ଦ୍ଵିତୀୟ ତେଲେଙ୍ଗାନାର ସଵାବତ, ତୃତୀୟ ବିହାର, ସିନିୟର ସିଙ୍ଗଲ ବାଳିକା ବିଭାଗରେ ପ୍ରଥମ ଆନ୍ଧ୍ରପ୍ରଦେଶର ଗୋପିକା ଲକ୍ଷ୍ମୀ, ଦ୍ଵିତୀୟ ଆନ୍ଧ୍ରପ୍ରଦେଶର ଝାନ୍ସୀ ଲକ୍ଷ୍ମୀ, ତୃତୀୟ ଯୁଗ୍ମ ଓଡିଶାର ବର୍ଷା କୁମ୍ଭାର, ବନିତା ମାଝୀ, ସିନିୟର ଗ୍ରୁପ ବାଳକ ବିଭାଗରେ ପ୍ରଥମ ବିହାର, ଦ୍ଵିତୀୟ ଓଡିଶା, ତୃତୀୟ ହରିୟାନା, ସିନିୟର ଗ୍ରୁପ ବାଳିକାବିଭାଗରେ ପ୍ରଥମ ଆନ୍ଧ୍ରପ୍ରଦେଶ, ଦ୍ଵିତୀୟ ବିହାର, ତୃତୀୟ ଉତ୍ତର ପ୍ରଦେଶ, ସିନିୟର ୧୩×୧୩ ବାଳିକା ବିଭାଗରେ ପ୍ରଥମ ଆନ୍ଧ୍ରପ୍ରଦେଶର ଋତୁବିକା ଶ୍ରୀ ସ୍ବର୍ଣ୍ଣ, ଦ୍ଵିତୀୟ ଆନ୍ଧ୍ରପ୍ରଦେଶ ଅସ୍କରା, ତୃତୀୟ ଯୁଗ୍ମ ଓଡିଶା ଏବଂ ଆସାମ କୃତିତ୍ୱ ଅର୍ଜନ କରିଥିଲେ l ପ୍ରଥମକୁ ସ୍ବର୍ଣ୍ଣ, ଦ୍ଵିତୀୟକୁ ରୌପ୍ୟ ଏବଂ ତୃତୀୟକୁ ବ୍ରୋଞ୍ଜ ପଦକ ସହ ବିଜେତାକୁ ଚାମ୍ପିୟାନ ଟ୍ରଫି ପ୍ରଦାନ କରାଯାଇଥିଲା l ମୋଟ ୧୯ଟି ରାଜ୍ୟରୁ ୩୦୦ ପ୍ରତିଯୋଗୀ ଚାମ୍ପିୟାନ ସିପରେ ଅଂଶଗ୍ରହଣ କରିଥିଲେ l ମଞ୍ଚ ସଂଯୋଜନା କରିଥିଲେ ଅଧିଵକ୍ତା ସର୍ବାଣୀ ଦାସ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ଦେବଦତ୍ତ ମହାପାତ୍ର, ଚିତ୍ତ ରଞ୍ଜନ ମହାପାତ୍ର, ଭାଗବତ ପ୍ରସାଦ ପଟ୍ଟନାୟକ,

💬 Leave a Comment

🗨️ Approved Comments

No comments yet.

🔗 Share this article: