🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଚୋରି ଅଭିଯୋଗ, ୨ ଗିରଫ, ୪ବାଇକ ସହ ୨ ସ୍କୁଟି ଜବତ - NILACHALA SAMACHAR
Article Image

ଚୋରି ଅଭିଯୋଗ, ୨ ଗିରଫ, ୪ବାଇକ ସହ ୨ ସ୍କୁଟି ଜବତ

🗂 Crime | 🕒 25 Nov 2025, 01:06 IST


ପୁରୀ ବାଇକ ଚୋରି କରିବା ଅଭିଯୋଗରେ ଟାଉନ ଥାନା ପୁଲିସ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଦ୍ବୟ ହେଲେ ଖାକିମାଠ ନୁଆସାହିର ରାଜା ଓରଫ ବୃନ୍ଦାବନ ଦାସ ୨୫ ଓ ବାଲିସାହି ବରାହୀ ଲେନର ମନୋରଞ୍ଜନ ପଣ୍ଡା ୨୭ l ଅଭିଯୁକ୍ତଙ୍କ ନିକଟରୁ ୪ଟି ବାଇକ ସହ ୨ଟି ସ୍କୁଟି ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତ ରବିବାର ଦିନ ବାଲିସାହି ଶ୍ୟାମାକାଳୀ ଲେନର ସଞ୍ଜୟ କୁମାର ମହାନ୍ତି ତାଙ୍କର ବାଇକ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ l ସେ ଅଭିଯୋଗ କରିଥିଲେ ଯେ ଗତ ଶନିବାର ରାତ୍ରରେ ତାଙ୍କର ଓଡି ୧୩ଏଫ ୧୩୮୬ ନମ୍ବର ବିଶିଷ୍ଟ ବାଇକ ତାଙ୍କର ଘର ସମ୍ମୁଖରେ ରଖିଥିଲେ l ତା ପରଦିନ ସକାଳେ ବାଇକଟି ପାଇନଥିଲେ l ବାଇକ ଚୋରି ହୋଇଥିବା ଜାଣି ଥାନାରେ ଅଭିଯୋଗ କରିଥିଲେ l ଥାନାରେ ୬୫୫/୨୦୨୫ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ ପରେ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରାଯାଇଥିଲା l ଅଭିଯୁକ୍ତ ଦ୍ବୟକୁ ପଚାର ଉଚରା କରାଯିବା ବେଳେ ଅନ୍ୟ ବାଇକ ଓ ସ୍କୁଟି ବିଭିନ୍ନ ଥାନା ଅଞ୍ଚଳରୁ ଚୋରି କରିଥିବା ନେଇ ସ୍ୱୀକାର କରିଥିଲେ l ପରେ ପୁଲିସ ଅନ୍ୟ ଚୋରି ବାଇକ ଜବତ କରିଥିଲା l ଅଭିଯୁକ୍ତ ଦ୍ବୟକୁ ସୋମବାର କୋର୍ଟ ଚାଲାଣ କରାଯାଇଥିଲା l ଅଭିଯୁକ୍ତ ଦ୍ବୟଙ୍କ ନାମରେ ସହରର ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଥିବା ନେଇ ପୁଲିସ ସୂତ୍ରରୁ ଜଣାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: