🗂 Crime | 🕒 25 Nov 2025, 01:15 IST
ପୁରୀ ମୋବାଇଲ ଲୁଟ କରିବା ଅଭିଯୋଗରେ କୁମ୍ଭାରପଡା ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ଦୋଳମଣ୍ଡପ ସାହିର ଚନ୍ଦନ ଓରଫ ନୃସିଂହ ରଥ ୩୮ l ଅଭିଯୁକ୍ତ ନିକଟରୁ ୨ ଟି ମୋବାଇଲ ଜବତ କରିଛି ପୁଲିସ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ସତ୍ୟବାଦୀ ଥାନା ଅଂଚଳର ବୁଦ୍ଧନାଥ ପ୍ରଧାନଙ୍କ ଠାରୁ ଅଭିଯୁକ୍ତ ମୋବାଇଲ ଲୁଟ କରିଥିଲା l ବୁଦ୍ଧନାଥ ଗତ ୨୨ତାରିଖ ରାତ୍ରରେ ନରେନ୍ଦ୍ରକୋଣ ଦେବୀଘାଟ ନିକଟରେ ଛିଡା ହୋଇ ନିଜ ମୋବାଇଲରେ କଥା ହେଉଥିବା ବେଳେ ଅଭିଯୁକ୍ତ ତାଙ୍କ ପଛପଟୁ ଯାଇ ମୋବାଇଲ ଲୁଟ କରି ଫେରାର ହୋଇଥିଲା l ମୋବାଇଲ ଲୁଟ ନେଇ ବୁଦ୍ଧନାଥ ଥାନାରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ ୫୪୯/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଥିଲା l ଅଭିଯୁକ୍ତ ନିକଟରୁ ଚୋରି ମୋବାଇଲ ଜବତ ପରେ ସୋମବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.