🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
୨ ବ୍ରାଉନ ସୁଗାର ବେପାରୀ ଗିରଫ, ୮. ୬ଗ୍ରାମ ବ୍ରାଉନ ସୁଗାର ଜବତ - NILACHALA SAMACHAR
Article Image

୨ ବ୍ରାଉନ ସୁଗାର ବେପାରୀ ଗିରଫ, ୮. ୬ଗ୍ରାମ ବ୍ରାଉନ ସୁଗାର ଜବତ

🗂 Crime | 🕒 25 Nov 2025, 01:19 IST


ପୁରୀ ଦୁଇ ବ୍ରାଉନ ସୁଗାର ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ତାଳବଣିଆ ଥାନା ପୁଲିସ l ଅଭିଯୁକ୍ତ ଦ୍ବୟଙ୍କ ନିକଟରୁ ୮. ୬ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି l ଅଭିଯୁକ୍ତ ଦ୍ବୟଙ୍କ ପରିଚୟ ବାଲିଘାଟ କ୍ରିଷ୍ଣନନ୍ଦ ଲେନର ପଣ୍ଡା ଓରଫ ସନ୍ତୋଷ କୁମାର ଦାସ ୨୪ ଓ ବାଲିଘାଟ ଅଂଚଳର କାହ୍ନା ଓରଫ ସୁରେନ୍ଦ୍ର ବାରିକ ୨୫ l ଅଭିଯୁକ୍ତ ଦ୍ବୟ ସେଣ୍ଟ୍ରାଲ ସ୍କୁଲ ପଡିଆ ପଛପଟେ ବ୍ରାଉନ ସୁଗାର କାରବାର କରୁଥିବା ନେଇ ପାଟ୍ରୋଲିଂ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ଚଢ଼ାଉ କରିଥିଲା l ଚଢ଼ାଉ ବେଳେ ଅଭିଯୁକ୍ତ ଦ୍ବୟକୁ ଗିରଫ କରିବା ସହ ବ୍ରାଉନ ସୁଗାର ଜବତ କରିଥିଲା l ଏନଡିପିଏସ ଆକ୍ଟରେ ୨୬୦/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ବୟକୁ ସୋମବାର କୋର୍ଟ ଚାଲାଣ କରାଯାଇଥିଲା l ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: