🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ମୁନସିପାଲିଟି କଣ୍ଟ୍ରାକ୍ଟରସ ଆସୋସିସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ପୂର୍ବ ବିଲ ପାସ ନହେଲେ ଟେଣ୍ଡର ବର୍ଜନ - NILACHALA SAMACHAR
Article Image

ମୁନସିପାଲିଟି କଣ୍ଟ୍ରାକ୍ଟରସ ଆସୋସିସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ପୂର୍ବ ବିଲ ପାସ ନହେଲେ ଟେଣ୍ଡର ବର୍ଜନ

🗂 Local | 🕒 25 Nov 2025, 17:44 IST


ପୁରୀ ପୂର୍ବ ବିଲ ପାସ ନହେବା, କାର୍ଯ୍ୟ ପ୍ରାପ୍ୟ ନମିଳିବା ଆଦି ବିଭିନ୍ନ ସମସ୍ୟା ନେଇ ୟୁଥ ହଷ୍ଟେଲ ପରିସରରେ ପୁରୀ ମୁନସିପାଲିଟି କଣ୍ଟ୍ରାକ୍ଟରସ ଆସୋସିସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ସାମ୍ବାଦିକ ସମ୍ମିଳନୀରେ ସଭାପତି ଅଶୋକ କୁମାର ମହାନ୍ତି, ସମ୍ପାଦକ ଲୋକନାଥ ପଣ୍ଡା ପ୍ରମୁଖ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ କଣ୍ଟ୍ରାକ୍ଟରସ ମାନେ ପୌରସଂସ୍ଥାର ପୂର୍ବରୁ ବିଭିନ୍ନ କାର୍ଯ୍ୟ କରିଥିଲେ ମଧ୍ୟ ତାହାର ପ୍ରାପ୍ୟ ମିଳିନାହିଁ l କଣ୍ଟ୍ରାକ୍ଟରସ ମାନେ ପୌରସଂସ୍ଥାର ସ୍ଵିକୃତୀପ୍ରାପ୍ତ ଠିକାଦାର ଅଟନ୍ତି l ପୌରସଂସ୍ଥାର ମୁକ୍ତାଯୋଜନା ଅନ୍ତର୍ଗତ କାର୍ଯ୍ୟାଦେଶ ଅନୁଯାୟୀ କାର୍ଯ୍ୟଶେଷ କରାଯାଇଥିଲା l ତାହାର ବିଲ ପ୍ରସ୍ତୁତ ହୋଇ ଜିଲ୍ଲାପାଳଙ୍କ ସ୍ଵିକୃତୀ ମିଳିଥିବା ବେଳେ ସେ ବିଲର ପ୍ରାପ୍ୟ ଅର୍ଥ ପାଇବାରେ ଅହେତୁକ ବିଳମ୍ବ ଘଟିଛି l ଏଥିଯୋଗୁଁ କଣ୍ଟ୍ରାକ୍ଟରସ ମାନେ ବହୁ ସମସ୍ୟାରେ ରହିଛନ୍ତି l ପୌରସଂସ୍ଥା ତତ୍‌କାଳୀନ ନିର୍ବାହୀ ଅଧିକାରୀ ସଂଜୟ କୁମାର ମିଶ୍ର, ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ, ସ୍ଥାନୀୟ ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ମହେଶ୍ଵର ମହାନ୍ତି, ପୌରଯନ୍ତ୍ରୀ ଶରତ ଚନ୍ଦ୍ର ମିଶ୍ର, ସହକାରୀ ନିର୍ବାହିଯନ୍ତ୍ରୀ ତଥା ବର୍ତମାନର ପୌରଯନ୍ତ୍ରୀ ଦେବବ୍ରତ୍ତ ଷଡ଼ଙ୍ଗୀ, ସହକାରୀଯନ୍ତ୍ରୀ ପ୍ରମୋଦ କୁମାର ଭୋଇ, କନିଷ୍ଠଯନ୍ତ୍ରୀ ନିଳମଣୀ ପାଣିଗ୍ରାହୀ ଏବଂ ତତ୍‌କାଳିନ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ କାର୍ଯ୍ୟ କାଳ ମଧ୍ଯରେ କଣ୍ଟ୍ରାକ୍ଟରସଙ୍କୁ ରଥଯାତ୍ରା ସମ୍ପର୍କିତ ଜରୁରୀ କାର୍ଯ୍ୟ ଗୁଡ଼ିକ ମୌଖିକ ଆଦେଶ ଏବଂ ତଦାରଖ କ୍ରମେ କାର୍ଯ୍ୟ ଶେଷ କରାଯାଇଥିଲେ l ଏହି କାର୍ଯ୍ୟରେ ଖର୍ଚ୍ଚ କରିଥିବା ସମସ୍ତ ପ୍ରାପ୍ୟ ଏ ପର୍ଯ୍ୟନ୍ତ ମିଳିନାହିଁ l ମୁକ୍ତା ଯୋଜନାରେ ୮କୋଟି ଓ ରଥଯାତ୍ରା ଆଦି ଯାନିଯାତ୍ର ପାଇଁ କାର୍ଯ୍ୟ ହୋଇଥିବା ପ୍ରାୟ ୩କୋଟି ଟଙ୍କା ର ବିଲ ବକେୟା ରହିଛି l ପୂର୍ବରୁ ଏ ସମ୍ପର୍କରେ ତତ୍‌କାଳୀନ ପୌର ଅଧିକାରୀ ସଂଜୟ କୁମାର ମିଶ୍ରଙ୍କୁ ସାମୂହିକ ଭାବେ ବହୁବାର ଜଣାଇଥିଲେ ମଧ୍ୟ ସେ କୌଣସି ସକରାତ୍ମକ ପଦକ୍ଷେପ ନେବାର ବିଳମ୍ବ ହେତୁ ତତ୍‌କାଳୀନ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କର ଅନ୍ୟତ୍ର ବଦଳି ହୋଇଯାଇଥିଲା l ଫାଇଲ୍ ଗୁଡ଼ିକ ଜିଲ୍ଲାପାଳଙ୍କ ଅନୁମୋଦନ ବିନା ସଂଜୟ କୁମାର ମିଶ୍ର, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଖରେ ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ରହିଗଲା l ଏହା ମଧ୍ୟରେ ସଂଜୟ କୁମାର ମିଶ୍ରଙ୍କ ଅନ୍ୟତ୍ର ବଦଳି ହୋଇଗଲା l ଏ ସମ୍ପର୍କରେ ସଂଜୟ କୁମାର ମିଶ୍ରଙ୍କୁ ପଚାରି ବୁଝିବାରେ ଫାଇଲ୍ ଗୁଡ଼ିକ ପୁରୁଣା ହୋଇଯାଇଥିବାରୁ ବର୍ତ୍ତମାନର ପୁରୀ ଜିଲ୍ଲାପାଳ ଏ ସମ୍ପର୍କରେ ଅନୁମୋଦନ ପାଇଁ ତାଙ୍କୁ ଜଣାଇଲେ ସେ ଅନୁମୋଦନ ପ୍ରଦାନ କରିବେ ବୋଲି କହିଥିଲେ l ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଆଗ୍ରୱାଲଙ୍କ ଅନୁମୋଦନ ଆବଶ୍ୟକ ଥିବା ବେଳେ ଯଥା ସମୟରେ ଫାଇଲ ଗୁଡିକ ଜିଲ୍ଲାପାଳଙ୍କ ନିକଟକୁ ପଠାଇବାରେ ଶ୍ରୀ ମିଶ୍ର ଅବହେଳା ଯୋଗୁଁ କଣ୍ଟ୍ରାକ୍ଟରସ ମାନଙ୍କ ସମସ୍ୟା ବଢ଼ିବାରେ ଲାଗିଛି l ଏଭଳି ଘଟଣା ପାଇଁ ଶ୍ରୀ ମିଶ୍ର ସମ୍ପୂର୍ଣ୍ଣ ଦାୟୀ l ତତ୍‌କାଳୀନ ପୌର ଅଧିକାରୀ ଶ୍ରୀ ମିଶ୍ରଙ୍କ ବଦଳି ପରେ ଆଜି ପର୍ଯ୍ୟନ୍ତ ଯେତେ ଜଣ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ଅବସ୍ଥାପିତ ହୋଇଛନ୍ତି ସମସ୍ତଙ୍କୁ ନ୍ୟାର୍ଯ୍ୟ ପ୍ରାପ୍ୟ ପ୍ରଦାନ ସମ୍ପର୍କରେ ଅବଗତ କରାଉଛୁ । ହେଲେ ସମସ୍ତେ ମନା ନକରି ବର୍ଷ ବର୍ଷ ଧରି ଫାଇଲ ଗଡ଼ାଇ ଅନ୍ୟତ୍ର ବଦଳି ହୋଇ ଚାଲି ଯାଉଛନ୍ତି l ମିଥ୍ୟା ପ୍ରତିଶୃତି ଦେଇ କଣ୍ଟ୍ରାକ୍ଟରସ ମାନଙ୍କୁ ଅସୁବିଧାରେ ପକାଉଛନ୍ତି l ପ୍ରାପ୍ୟ ଅର୍ଥ ପାଇଁ ପୂର୍ବରୁ ମୌଖିକ ଆଲୋଚନା, କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇଥିଲା l ଆନ୍ଦୋଳନ ସହ ସାକ୍ଷାତ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ l ଯଦି କଣ୍ଟ୍ରାକ୍ଟରସ ମାନଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ପ୍ରଦାନ ଦିଗରେ ପୌରସଂସ୍ଥା ପଦକ୍ଷେପ ନନିଅନ୍ତି ତେବେ ପୌରସଂସ୍ଥାର ସମସ୍ତ ଟେଣ୍ଡର ବର୍ଜନ କରିବା ସହ ରାଜ ରାସ୍ତାରେ ଆନ୍ଦୋଳନ କରିବା ପାଇଁ କଣ୍ଟ୍ରାକ୍ଟରସ ଆସୋସିଏସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଜଗନ୍ନାଥ ପ୍ରଧାନ, ମୁଖ୍ୟ ଉପଦେଷ୍ଟା ବୀରେନ୍ଦ୍ର କୁମାର ମହାନ୍ତି, କୋଷାଧ୍ୟକ ଅସିତ କୁମାର ମେକାପ,ସଂଯୋଜକ ବଦ୍ରି ନାରାୟଣ ମହାସୁଆର ପ୍ରମୁଖ ଉପସ୍ଥିତ ଥିଲେ l ଆସୋସିଏସନର ସଦସ୍ୟମାନେ ସାମ୍ବାଦିକ ସମ୍ମିଳନୀ ପରିଚାଳନା କରିଥିଲେ l

💬 Leave a Comment

🗨️ Approved Comments

No comments yet.

🔗 Share this article: