🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
୧୬ଗ୍ରାମ୍ ବ୍ରାଉନସୁଗର ଜବତ, ବେପାରୀ ଗିରଫ - NILACHALA SAMACHAR
Article Image

୧୬ଗ୍ରାମ୍ ବ୍ରାଉନସୁଗର ଜବତ, ବେପାରୀ ଗିରଫ

🗂 Crime | 🕒 27 Nov 2025, 20:52 IST

ପୁରୀ ବ୍ରାଉନସୁଗର ବିକ୍ରି କରୁଥିବାବେଳେ ବେପାରୀକୁ ମାଡ଼ି ବସିଲା ଟାଉନ୍ ଥାନା ପୁଲିସ। ଯାଞ୍ଚ ସମୟରେ ପୁଲିସ ତା'ଠାରୁ ୧୬.୦୭ଗ୍ରାମ ବ୍ରାଉନସୁଗର ଜବତ କରିଥିଲା। ଏନେଇ ପୁଲିସ ନିଜ ଆଡୁ ଏକ ମାମଲା କରି ବେପାରୀକୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲକୁ ପଠାଯାଇଛି। ସେ ହେଲା ଉକ୍ତ ଥାନା ଅଧୀନ ମାଟିମଣ୍ଡପ ସାହିର ଜ୍ୟୋତିରଞ୍ଜନ ଶତପ‌ଥୀ ଓରଫ ଲିପୁ (୩୦) । ପୁଲିସ ବ୍ରାଉନସୁଗର ସହ ବାଇକ( ଓଡି-୦୨ଜି-୦୪୬୪), ୨ଟି ମୋବାଇଲ ଓ ୧୩ ହଜାର ୬୦୦ଟଙ୍କା ଜବତ କରିଛି।


ଥାନା ଅଧିକାରୀ ଗୋକୁଳରଞ୍ଜନ ଦାଶଙ୍କ କହିବାନୁଯାୟୀ, ଟାଉନ ଥାନା ଅଧୀନ ଜଗତପ୍ରତିହାରୀ ଯାଗା ଓ ନୂଆପୋଖରୀର ମଝି ରାସ୍ତାରେ ବୁଧବାର ସକାଳ ୧୦ଟା ୧୫ରେ ଲିପୁ ଯୁବଗୋଷ୍ଠୀଙ୍କୁ ବ୍ରାଉନସୁଗର ବିକ୍ରି କରୁଥିଲା। ଖବର ମିଳିବା ପରେ ପୁଲିସର ଏକ ଟିମ୍ ଚଢ଼ଉ କରି ଲିପୁକୁ କାବୁ କରିଥିଲା।

💬 Leave a Comment

🗨️ Approved Comments

No comments yet.

🔗 Share this article: