🗂 Crime | 🕒 28 Nov 2025, 13:07 IST
ପୁରୀ, ଭିଆଇପି ରୋଡ ଠାରେ ଅଟୋ ଡ୍ରାଇଭର ଓ ପଥଚାରୀଙ୍କ ଠାରୁ ଦାଦାବଟି ଆଦାୟ ଅଭିଯୋଗରେ ଟାଉନ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ଚୁଡଙ୍ଗ ସାହିରେ ରହୁଥିବା ବଳଙ୍ଗା ଥାନା ଅନ୍ତର୍ଗତ କେତକୀପାଟଣାର ଷଣ୍ଢ ଓରଫ ଅମିତ ଦାସ ୨୫ l ଅଭିଯୁକ୍ତ ନିକଟରୁ ଏକ କଟୁରୀ, ମୋବାଇଲ ଓ ୫୦୦ଟଙ୍କା ଜବତ କରିଛି ପୁଲିସ l ଅଭିଯୁକ୍ତ ଦାଦାବଟି ଆଦାୟ କରୁଥିବା ନେଇ ପୁଲିସ ଚଢ଼ାଉ କରି ଗିରଫ କରିଥିଲା l ଅଭିଯୁକ୍ତ ବିରୁଦ୍ଧରେ ୬୬୬/୨୦୨୫ ନମ୍ବର ମାମଲା ରୁଜୁ କରି ଗତ ଗୁରୁବାର କୋର୍ଟ ଚାଲାଣ କରିଥିଲା l. ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା l
No comments yet.