🗂 Local | 🕒 01 Dec 2025, 08:55 IST
ପୁରୀ : ଆଶ୍ୱସ୍ତି ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ପୁରୀ ଜିଲ୍ଲାର ଧଉଡ଼ିଆ ଗ୍ରାମର ଆଦିବାସୀ ସାହି ଏବଂ ପରିଛାବାଟି ଗ୍ରାମରେ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ କରା ଯାଇଥିଲା। ଏହି ଅବସରରେ ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟର କମାଣ୍ଡର ତଥା ବରିଷ୍ଟ ଚଢଉ କରଣ ସେବାୟତ ଶ୍ରୀ ସୁଧାଂଶୁ ଶେଖର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୁରୀ ଜିଲ୍ଲା ନ୍ୟାୟାଳୟର ସରକାରୀ ଓକିଲ ଶ୍ରୀଯୁକ୍ତ ଭଗବାନ୍ ପଢ଼ିହାରି ଏବଂ ସମିତି ସଭ୍ୟ ତଥା ବରିଷ୍ଟ ଯୁବ ସମାଜ ସେବୀ ଶ୍ରୀ ଅଜୟ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ସଂଘର ସଦସ୍ୟ ସଦସ୍ୟା ମାନେ ଗ୍ରାମ ଗୁଡିକରେ ପହଞ୍ଚି ଛୋଟ ପିଲାଙ୍କୁ ଚକ୍ଲେଟ ଓ ବିସ୍କୁଟ ଦେବା ସହ ସମସ୍ତ ଗ୍ରାମବାସୀ ମାନଙ୍କ ପାଇଁ ବସ୍ତ୍ର ଯୋଗାଇ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଆଇନଜୀବୀ ଶ୍ରୀଯୁକ୍ତ ଦୀପକ ପଣ୍ଡା, ଉପସଭାପତି ଶ୍ରୀ ମହାବୀର ପଣ୍ଡା, ରାଜଶ୍ରୀ କହଁର, କମଳିନୀ ମହାପାତ୍ର, ମାନସୀ ସାହୁ, ସୌମ୍ୟକ୍ ପରିଚ୍ଛା, ରଞ୍ଜନ ଭୋଇ, ଶ୍ରୀକାନ୍ତ ସେଠି, ଦୁର୍ଗାପ୍ରସାଦ ପ୍ରଧାନ, ସସ୍ମିତା ପରିଡ଼ା, ଭଗ୍ୟଶ୍ରି ପଟ୍ଟନାୟକ, ଏବଂ ବହୁ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଯୋଗଦାନ କରି ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମାନଙ୍କର ଅଧିକାର ତଥା ସମାଜରେ ସେମାନଙ୍କ ପାଇଁ ଥିବା ଆଇନ ବ୍ୟବସ୍ଥା ଉପରେ ମଧ୍ୟ ଗ୍ରାମବାସୀ ମାନଙ୍କୁ ସଂଘର ସଦସ୍ୟ ସଦସ୍ୟା ମାନେ ବୁଝାଇ ଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ଉପସହସମ୍ପାଦିକା ଶ୍ରୀମତୀ ସାଗରିକା ପଣ୍ଡାଙ୍କ ତତ୍ତ୍ଵାବଧାନରେ ସମ୍ପାଦନା କରାଯାଇଥିଲା ଏବଂ ସମ୍ପାଦିକା ଶ୍ରୀମତି ଗିରିଜା ମଞ୍ଜରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ଶେଷ କରିଥିଲେ।
No comments yet.