🗂 Crime | 🕒 02 Dec 2025, 23:54 IST
ପୁରୀ ଶୁକଳ ଛକ ଠାରେ ଦେଶୀ ବିଦେଶୀ ମଦ କାରବାର କରିବା ଅଭିଯୋଗରେ ସତ୍ୟବାଦୀ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତର ପରିଚୟ ସତ୍ୟବାଦୀ ଥାନା ଅନ୍ତର୍ଗତ ଐଶନ୍ୟପଡ଼ାର ବିଶ୍ୱପ୍ରଦୀପ ଷ୍ଟାଲିନ ବିଶ୍ୱାଳ ୩୧ l ଅଭିଯୁକ୍ତ ନିକଟରୁ ବିପୁଳ ପରିମାଣର ପ୍ରାୟ ୧୨୧ ଲିଟର ୬୫୦ ମିଲିଲିଟର ମଦ ଜବତ କରାଯାଇଛି l ଅପରେସନ ଚକ୍ର ମାଧ୍ୟମରେ ମଙ୍ଗଳବାର ପୂର୍ବାହ୍ନରେ ଶୁକଳ ଛକ ନିକଟରେ ଥିବା ଏକ ଦୋକାନରେ ପୁଲିସ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିବା ସହ ଦେଶୀ ବିଦେଶୀ ମଦ ଜବତ କରିଥିଲା l ୪୨୫/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ମଙ୍ଗଳବାର ଅପରାହ୍ନରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.