🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଘରେ ପଶି ଟଙ୍କା ଓ ଅଳଙ୍କାର ଚୋରି କରିବା ଅଭିଯୋଗରେ ପୁଲିସ ଯୁବକକୁ ଗିରଫ କରିଛି। - NILACHALA SAMACHAR
Article Image

ଘରେ ପଶି ଟଙ୍କା ଓ ଅଳଙ୍କାର ଚୋରି କରିବା ଅଭିଯୋଗରେ ପୁଲିସ ଯୁବକକୁ ଗିରଫ କରିଛି।

🗂 Crime | 🕒 03 Dec 2025, 10:53 IST



ପୁରୀ ଘରେ ପଶି ଟଙ୍କା ଓ ଅଳଙ୍କାର ଚୋରି କରିବା ଅଭିଯୋଗରେ ବାସେଳିସାହି ପୁଲିସ ଯୁବକକୁ ଗିରଫ କରିଛି। ସେ ହେଲା ଉକ୍ତ ଥାନା ଅଧୀନ ନୀଳକମଲ ମହାନ୍ତି ଓରଫ ସପାନୀ (୩୧)। ତା'ଠାରୁ ଲୁହା ରଡ୍, ୧ହଳ କାନଫୁଲ, ବ୍ୟାଗ ଓ ୬୦୦୦ ଟଙ୍କା ଜବତ ହୋଇଛି। ପୁଲିସ ସୂଚନାନୁଯାୟୀ, ରାମିତୋଟା ମହାଦେବ ଲେନ୍‌ର ଶିବଶଙ୍କର ସୁବୁଦ୍ଧି ଓ ତାଙ୍କ ପରିବାର ଗତ ୩୦ ତାରିଖ ଏକ ବାହାଘରକୁ ଯାଇଥିଲେ । ବିଳମ୍ବିତ ରାତିରେ ଘରେ ପହଞ୍ଚି ଘରର ତାଲା ଭାଙ୍ଗି ଟଙ୍କା ଓ ଅଳଙ୍କାର ଲୁଟ୍ ହୋଇଥିବା ଦେଖିଥିଲେ। ଏନେଇ ଶିବଶଙ୍କର ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ବିକ୍ରମ କେଶରୀ ଜେନା ଚୋରକୁ କାବୁ କରିଛନ୍ତି।

💬 Leave a Comment

🗨️ Approved Comments

No comments yet.

🔗 Share this article: