🗂 Local | 🕒 03 Dec 2025, 10:58 IST
ପୁରୀ ଶ୍ରୀମନ୍ଦିର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ବିଭ୍ରାଧିକର ସୂଚନା ଦେଇ ଚର୍ଚ୍ଚା ସାଉଣ୍ଟିଥିବା ଖ୍ୟାତନାମା ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଶୁଭଙ୍କର ମିଶ୍ର ଶେଷରେ କ୍ଷମା ମାଗିଛନ୍ତି । ଏଭଳି ଭୁଲ ସୂଚନା ଦେଇଥିବାରୁ ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହାସହ ଏହି ବିବାଦୀୟ ଭିଡିଓକୁ ନିଜ ୟୁ ଟ୍ୟୁବ ଚାନେଲରୁ ହଟାଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଏକ ଭିଡିଓ ଜାରି କରି ସେ କହିଛନ୍ତି, ‘ଓଡ଼ିଆ ଭାଇଭଉଣୀଙ୍କୁ ଆଘାତ ଲାଗିଥିଲେ ହୃଦୟରୁ କ୍ଷମା ମାଗୁଛି। ମୋ କଥା ଆଘାତ ଦେଇଥିଲେ ଜଗନ୍ନାଥପ୍ରେମୀଙ୍କୁ କ୍ଷମା ପ୍ରାର୍ଥନା କରୁଛି।’
ସୂଚନାଥାଉକି, ନିକଟରେ ସେ ଏକ ଭିଡିଓ ମାଧ୍ୟମରେ ଶୁଭଙ୍କର କହିଥିଲେ, ଶ୍ରୀମନ୍ଦିରକୁ ପ୍ରେମୀଯୁଗଳ ଗଲେ ସେମାନଙ୍କ ପ୍ରେମ ସଫଳ ହେବନି, ସେମାନଙ୍କ ବାହାଘର ସଫଳ ହୋଇନପାରେ। ଏନେଇ ସିଂହଦ୍ଵାର ଥାନାରେ ଏତଲା ଦେଇଥିଲେ ବରିଷ୍ଠ ସେବାୟତ।
No comments yet.