🗂 Local | 🕒 03 Dec 2025, 18:44 IST
ପୁରୀ ଆଜିର ସମୟରେ ସମସ୍ତେ ନିଜ ନିଜ ଜୀବନ ଶୈଳୀରେ ଏତେ ବ୍ୟସ୍ତ ହୋଇଗଲାଣି ଯେ,, ନିଜର ଶରୀର କୁ ସୁସ୍ଥ ରଖିବାକୁ ଟିକେ ସମୟ ଦେଇ ପାରୁନାହାନ୍ତି,, ଭଗବାନ ଙ୍କୁ ମଧ୍ୟ ଟିକେ ଠିକ ରେ ଦର୍ଶନ କରି ପାରୁନାହାନ୍ତି,,.. କିନ୍ତୁ ଆଜିବି ଯୁବକ ମାନଙ୍କ ଭିତରେ କିଛି ଅଛନ୍ତି ଯିଏ ସମାଜ ପାଇଁ ବଞ୍ଚନ୍ତି, କାହା ପାଇଁ କିଛି ଟିକେ ହେଉ ପଛେ କରିଦେବା ଯେଉଁ ମାନଙ୍କର ସର୍ବଦା ଇଛା ଥାଏ,, ସାରା ଓଡ଼ିଶାରେ ସର୍ବଦା ମାରୁତି ସେନାର ର ପ୍ରୟାସ ରହି ଆସିଛି ଅନ୍ୟାୟ କୁ ବିରୋଧ କରିବା ଓ ଅସହାୟ ଙ୍କୁ ସାହାଯ୍ୟ କରିବା,, ଆଜି ପୁରି ଜିଲ୍ଲା ନିମାପଡା ର ଗୋପ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ, ମାରୁତି ସେନାର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି,,ଶତାଧିକ ଯୁବକ ଏହି କାର୍ଯ୍ୟକ୍ରମ ରେ ଯୋଗଦେଥିଲେ,,
ଗୋମାତାର କିଭଳି ସୁରକ୍ଷା ପାଇଁ ଗୁରୁତ୍ୱ ଦିଆଯାଇ ପାରିବ, ଜରୁରୀ ସମୟରେ ଲୋକଙ୍କୁ ରକ୍ତ ମିଳିପାରିବ, ପରିବେଶ କୁ ସବୁଜ ରଖିବା ପାଇଁ ଅଧିକରୁ ଅଧିକ ବୃକ୍ଷ ରୋପଣ ହୋଇ ପlରିବା ତାରି ଉପରେ ଏହି କାର୍ଯ୍ୟକ୍ରମ ରେ ଆଲୋଚନା କରାଗଲା ।ଆଗାମୀ ଦିନରେ ଗୋ ରକ୍ଷକ ମାନଙ୍କୁ ସବୁ ପ୍ରକାର ଆଇନୀଗତ ସାହାଯ୍ୟ ଓ ସହଯୋଗ ଯୋଗେଇଦେବାକୁ ମାରୁତି ସେନା ଜିଲ୍ଲା ସଭାପତି ବଳରାମ ବାରିକ ପ୍ରତିଶୃତି ଦେଇଛନ୍ତି ।ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ ମାରୁତି ସେନା ରାଜ୍ୟ ସଭାପତି ପପୁ ଦଳବେହେରା ଓ ପରିଚାଳନା କରିଥିଲେ.. ନୀଳମଣି ପ୍ରଧାନ, ମନୋଜ ଦାସ, ଚିଣ୍ଟୁ ,ରାକେଶ,ଆଡ଼ଭୋକେଟ ଉମା ଶଙ୍କର ସାହୁ,କାହ୍ନୁ ଚରଣ ଦଳେଇ, ଦୀପକ ବେହେରା, ପିଙ୍କି ମଲିକ,ମାନସ ସ୍ୱାଇଁ ପ୍ରମୁଖ ।
No comments yet.