🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ମହାପ୍ରଭୁ ଙ୍କ ଦର୍ଶନ ଲାଗି ପୁରୀ ବାସି ଙ୍କ ଶାନ୍ତିପୂର୍ଣ ପ୍ରତିବାଦ l - NILACHALA SAMACHAR
Article Image

ମହାପ୍ରଭୁ ଙ୍କ ଦର୍ଶନ ଲାଗି ପୁରୀ ବାସି ଙ୍କ ଶାନ୍ତିପୂର୍ଣ ପ୍ରତିବାଦ l

🗂 Art & Culture | 🕒 07 Dec 2025, 21:11 IST

ପୁରୀ ଶ୍ରୀମନ୍ଦିର ରେ ପୁରୀ ବାସି ଙ୍କ ସୁଗମ ଦର୍ଶନ ଲାଗି ଆଜି ପୁରୀ ର ଅନେକ ବାସିନ୍ଦା ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ଦୀପଦାନ କରି ଶାନ୍ତି ପୂର୍ଣ୍ଣ ଭାବେ ନିଜର ଦାବି ଉପସ୍ଥାପନ କରିଛନ୍ତି l ଦୀର୍ଘ ଦିନ ହେବ ପୁରୀ ସହର ବାସି ଶ୍ରୀ ମନ୍ଦିର କୁ ଆଉ ସହଜ ରେ ପ୍ରବେଶ କରି ପାରୁନଥିବା ଯୋଗୁ ସହର ବାସି ଙ୍କ ମଧ୍ୟ ରେ ଅସନ୍ତୋଷ ଦେଖାଦେଇଛି l ପୂର୍ବରୁ ପୁରୀ ସହର ବାସି ଶ୍ରୀ ମନ୍ଦିର ର ପଶ୍ଚିମ ଦ୍ଵାର ରେ ନିଜର ଆଧାର କାର୍ଡ ଦେଖାଇ ପ୍ରବେଶ କରୁଥିଲେ କିନ୍ତୁ ବର୍ତମାନ ସରକାର ଏବଂ ପ୍ରଶାସନ ଏହାକୁ ବନ୍ଦ କରିଥିବା ହେତୁ ବିଭିନ୍ନ ମହଲ ରେ ଅସନ୍ତୋଷ ଦେଖାଦେଇଛି l ତେବେ ଆଜି ପୁରୀ ସହର ରେ ବସ ବାସ କରୁଥିବା ବାସିନ୍ଦା ମନେ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ବାସି ଦୀପଜାଲି ଶାନ୍ତି ପୂର୍ଣ୍ଣ ଭାବେ ନିଜ ର ଦାବି କି ପ୍ରଶାସନ ନିକଟରେ ଉପସ୍ଥାପନ କରିଛନ୍ତି l ଦୀର୍ଘ ଦିନ ହେବ ପୁରୀ ସହର ବାସି ଶ୍ରୀ ମନ୍ଦିର କୁ ମହାପ୍ରସାଦ ଆଣିବା କିମ୍ବା ଅନ୍ୟ ମନ୍ଦିର ଯିବା ଲାଗି ଅନେକ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ଯାହା ଦ୍ୱାରା ସହର ରେ ରହୁଥିବା ବୟସ୍କ ମନେ ମଧ୍ୟ ଶ୍ରୀ ମନ୍ଦିର କୁ ଯାଇ ପାରୁନଥିବାରୁ ସରକାର ଏବଂ ପ୍ରଶାସନ ନିକଟରେ ସହର ବାସି ଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଲାଗି ଦାବି କରିଛନ୍ତି ପୁରୀ ସହର ବାସି l

💬 Leave a Comment

🗨️ Approved Comments

No comments yet.

🔗 Share this article: