🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
T-20 ମ୍ୟାଚ୍ ପୂର୍ବରୁ ପୁରୀ ଗଲେ ଖେଳାଳି, ଜଗା ଦର୍ଶନ କରି ଆଶିଷ ଭିକ୍ଷା କଲେ - NILACHALA SAMACHAR
Article Image

T-20 ମ୍ୟାଚ୍ ପୂର୍ବରୁ ପୁରୀ ଗଲେ ଖେଳାଳି, ଜଗା ଦର୍ଶନ କରି ଆଶିଷ ଭିକ୍ଷା କଲେ

🗂 Art & Culture | 🕒 09 Dec 2025, 14:08 IST

ପୁରୀ ୦୯/୧୨: ପୁରୀରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌ଙ୍କ ସହ ୪ ଖେଳାଳି । T-20 ମ୍ୟାଚ୍ ପୂର୍ବରୁ ଜଗା ଦର୍ଶନ କରିଛନ୍ତି ଖେଳାଳି । କ୍ୟାପଟେନ୍ ସୂର୍ଯ୍ୟକୁମାରଙ୍କ ସହ ଅଛନ୍ତି ତାଙ୍କ ପତ୍ନୀ । କୋଚ୍ ଗୌତମ ଗମ୍ଭୀର, ତିଲକ ବର୍ମା, ୱାଶିଂଟନ ସୁନ୍ଦର । କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ଭିତରକୁ ପ୍ରବେଶ କଲେ ଖେଳାଳି । ମ୍ୟାଚ୍ ପୂର୍ବରୁ କାଳିଆର ଆଶିର୍ବାଦ ନେଇଛନ୍ତି । କିଛି ଖେଳାଳି ମ୍ୟାଚ୍ ପୂର୍ବରୁ ଜଗା ଦର୍ଶନ ପାଇଁ ପୁରୀ ଅଭିମୁଖେ ।

ସୂଚନା ଥାଉକି, ବାରବାଟୀରେ ଆଜି ଲଢ଼ିବେ ଭାରତ-ଦକ୍ଷିଣ ଆଫ୍ରିକା । ଏଥିପାଇଁ ମହାପ୍ରଭୁଙ୍କ ଶରଣରେ ପହଞ୍ଚିଛି ଟିମ୍ ଇଣ୍ଡିଆ । କୋଚ୍‌ଙ୍କ ସହ କିଛି ଖେଳାଳି ବି ଦର୍ଶନ କରିଛନ୍ତି । ଏହାପର ସେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । ସନ୍ଧ୍ୟା ୭ଟାରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ । ୫ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବାରବାଟୀରୁ ଆରମ୍ଭ ହେବ ।


💬 Leave a Comment

🗨️ Approved Comments

No comments yet.

🔗 Share this article: