🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ପୁଲିସ ପକ୍ଷରୁ ମଦ୍ୟପାନ କରି ଗାଡ଼ି ଚାଳନା ବିରୋଧରେ କାଯ୍ୟନୁଷ୍ଠାନ ଅଭିଯାନ - NILACHALA SAMACHAR
Article Image

ପୁଲିସ ପକ୍ଷରୁ ମଦ୍ୟପାନ କରି ଗାଡ଼ି ଚାଳନା ବିରୋଧରେ କାଯ୍ୟନୁଷ୍ଠାନ ଅଭିଯାନ

🗂 Local | 🕒 11 Dec 2025, 23:07 IST


ପୁରୀ, ୧୧/୧: ପୁଲିସ ପକ୍ଷରୁ ମଦ୍ୟପାନ କରି ଗାଡ଼ି ଚାଳନା ବିରୋଧରେ କାଯ୍ୟନୁଷ୍ଠାନ ଅଭିଯାନ୧୨ : ପୁଲିସ ପକ୍ଷରୁ ମଦ୍ୟପାନ କରି ଗାଡ଼ି ଚାଳନା ବିରୋଧରେ କାଯ୍ୟନୁଷ୍ଠାନ ଅଭିଯାନ ଆରମ୍ଭ ହୋଇଛି l ମୋଟ ୫୯୫ ଗାଡ଼ିକୁ ଜେରା ସହ, ୫୯୫ ଚାଳକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି l ମଦ୍ୟପାନ କରି ଗାଡ଼ି ଚାଳନା (Drunken Driving) ବିରୋଧରେ ଅଭିଯାନ ଚାଲୁଛି। ଜନସାଧାରଣଙ୍କ ଜୀବନ ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ ପୁରୀ ପୁଲିସ ମଦ୍ୟପାନରେ ଲିପ୍ତ ଚାଳକଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଚଳିତ ବର୍ଷ ୨୦୨୫ ମଧ୍ୟରେ ସର୍ବମୋଟ ୫୯୫ ଗାଡ଼ିକୁ ଜୋରିମାନା ଏବଂ ୫୯୫ ଚାଳକ ବିରୋଧରେ Motor Vehicles Act ଅନୁସାରେ ମାମଲା କରାଯାଇଛି l ମଦ୍ୟପାନ କରି ଯାନବାହନ ଚାଳନାକୁ ରୋକିବା ପାଇଁ ସିଟି ସବ ଡିଭିଜନରେ ଗୁରୁତ୍ୱପୂର୍ଣ୍ଣ ଯୋଜନା ଅନୁସାରେ ନିୟମିତ ଚେକିଂ ପୂର୍ବରୁ ଚାଲିଥିଲା। ଯାହା ଦ୍ୱାରା ବିଭିନ୍ନ ଥାନାରେ ମୋଟ ୩୨୭ ଟି ଗାଡ଼ିକୁ ଜୋରିମାନା କରାଯାଇଛି। ସେମାନଙ୍କ ମଧ୍ୟରେ ସିଂହଦ୍ୱାର ଥାନା – ୦୨, ଟାଉନ ଥାନା – ୧୦, ସମୁଦ୍ରକୂଳ ଥାନା – ୩୩, ବାସେଳୀସାହି ଥାନା – ୧୯, ବଳିଆପଣ୍ଡା ଥାନା – ୩୨, ତାଳବଣିଆ ଥାନା – ୩୮, କୁମ୍ଭାରପଡା ଥାନା – ୩୮, ଟ୍ରାଫିକ ଥାନା – ୧୫୫ଟି ରହିଛି l ସଦର ଅଞ୍ଚଳରେ ମଦ୍ୟପାନ କରି ଗାଡ଼ି ଚାଳନା ବିରୋଧରେ ଅଭିଯାନ ମଧ୍ୟ ପୁଲିସ ପକ୍ଷରୁ ଚାଲିଥିଲା। ଯେଉଁଠାରେ ୧୩୧ ଟି ଗାଡ଼ିକୁ ଜୋରିମାନା କରାଯାଇଛି ଯାହା ଅରଖକୁଦା ସାମୁଦ୍ରିକ ଥାନା – ୦୧, କୃଷ୍ଣପ୍ରସାଦ ଥାନା – ୧୪, ସଦର ଥାନା – ୩୪, ପେଣ୍ଠକଟା ସାମୁଦ୍ରିକ ଥାନା – ୧୧, ବ୍ରହ୍ମଗିରି ଥାନା – ୭୧, ନିମାପଡା ସବ ଡିଭିଜନ ରେ ୧୧୧ ଟି ଗାଡ଼ିକୁ ଜୋରିମାନା କରାଯାଇଛି l ଯାହା ଚାରିଛକ ଥାନା – ୨୯, କାକଟପୁର ଥାନା – ୧୧, ଅସ୍ତରଙ୍ଗ ଥାନା – ୦୭, କୋଣାର୍କ ଥାନା – ୧୩, ରାମଚଣ୍ଡୀ ଥାନା – ୦୭, ଗୋପ ଥାନା – ୨୨, ନିମାପଡ଼ା ଥାନା – ୦୮, ଚନ୍ଦ୍ରଭାଗା ସାମୁଦ୍ରିକ ଥାନା – ୧୪, ପିପିଲି ସବ–ଡିଭିଜନରେ ମୋଟ ୨୬ ଟି ଗାଡ଼ିକୁ ଜୋରିମାନା କରାଯାଇଛି l ପିପିଲି ଥାନା – ୦୭, ସତ୍ୟବାଦୀ ଥାନା – ୧୪, ଡେଲାଙ୍ଗ ଥାନା – ୦୪, ବଳଙ୍ଗା ଥାନା – ୦୧ ରହିଛି l ପୁରୀ ଜିଲ୍ଲାର ସମସ୍ତ ଚାରିଟି ସବ ଡିଭିଜନ ମିଶି ସର୍ବମୋଟ ୫୯୫ ଗାଡ଼ି ସହ ଓ ୫୯୫ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି ୫୯୫ ଟି ଯାନ ଜବତ କରାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: