🗂 Local | 🕒 11 Dec 2025, 23:35 IST
ପୁରୀ, ୧୧/୧୨ : ପୋଲିସ ଦ୍ୱାରା ଚାଲିଥିବା ଅପରେସନ “ଚକ୍ର” ଅଭିଯାନରେ ଜିଲ୍ଲାରେ ହଜିଯାଇଥିବା ନାବାଳିକା/ନାବାଳକ ଓ ପ୍ରାପ୍ତ ବୟସ୍କଙ୍କ ପୁଅ/ଝିଅ ଉଦ୍ଧାର କରାଯାଇଛି l ଏହା ପୁଲିସକୁ ସଫଳତା ମିଳିଛି l ଏସପି ପ୍ରତୀକ ସିଂ ସମଗ୍ର ପୁରୀ ଜିଲ୍ଲାରେ ଅପରେସନ ଚକ୍ର ଡ୍ରାଇଭ ଆରମ୍ଭ କରି ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l ହଜିଯାଇଥିବା ନାବାଳକ ନାବାଳିକା ବା ପ୍ରାପ୍ତ ବୟସ୍କଙ୍କୁ ଶୀଘ୍ର ଉଦ୍ଧାର କରାଯିବା ପାଇଁ l ଥାନାମାନଙ୍କୁ ମିସିଂ କେସ ଟ୍ରାକିଂ, ରେଡ଼, ଇଣ୍ଟରସେପ୍ସନ, ଟେକ୍ନିକାଲ ଆନାଲିସିସ ଓ ଇଣ୍ଟରସ୍ଟେଟ କୋଅର୍ଡିନେସନ ଜୋର ଦେବାକୁ ପରାମର୍ଶ ଦେଇଥିଲେ ଏସପି l ଗତ ଚାରି ମାସରେ ଅପରେସନ୍ ଚକ୍ର ଅଧୀନରେ ମୋଟ ୭୧ ନାବାଳକ ନାବାଳିକା ଉଦ୍ଧାର କରାଯାଇଛି l ସିଟି ସବଡିଭିଜନରେ ୧୯ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛି l ଟାଉନ ଥାନା ୦୪, ସମୁଦ୍ରକୂଳ ଥାନା ୦୪ ଜଣ, କୁମ୍ଭାରପଡ଼ା ଥାନା ୦୯ ଜଣ, ବାସେଳୀସାହି ଥାନା ୦୧ ଜଣ, ତାଳବଣିଆ ଥାନା ୦୧ ଜଣ, ସଦର ସବଡିଭିଜନରେ ୧୪ ଜଣ ଯଥା ସଦର ଥାନ ୦୩ ଜଣ, ବ୍ରହ୍ମଗିରି ଥାନା ୦୪ ଜଣ, କୃଷ୍ଣପ୍ରସାଦ ଥାନା ୦୨ ଜଣ, ଚନ୍ଦନପୁର ଥାନା ୦୧ ଜଣ, ଗଡ଼ିଶାଗୋଦା ଥାନା ୦୩ ଜଣ, ଅରଖକୁଦା ଥାନା ୦୧ ଜଣ, ନିମାପଡା ସବଡିଭିଜନରେ ମୋଟ ୧୪ ଜଣ ଯଥା - ନିମାପଡା ଥାନା ୦୩, ଗୋପ ଥାନା ୦୨ ଜଣ, କାକଟପୁର ଥାନା ୦୩ ଜଣ, କୋଣାର୍କ ଥାନା ୦୨ ଜଣ, ରାମଚଣ୍ଡୀ ଥାନା ୦୩ ଜଣ, ଅସ୍ତରଙ୍ଗ ଥାନା ୦୧ ଜଣ, ପିପିଲି ସବଡିଭିଜନରେ ମୋଟ ୨୪ ଜଣ ଯଥା- ପିପିଲି ଥାନା ୧୫ ଜଣ, ସତ୍ୟବାଦୀ ଥାନା ୦୧ ଜଣ, ଡେଲାଙ୍ଗ ଥାନା ୦୪ ଜଣ, କଣାସ ଥାନା ୦୨ ଜଣ, ବଳଙ୍ଗା ଥାନା ୦୨ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛି l ଏଥିସହ ୯୩ ଜଣ ପ୍ରାପ୍ତ ବୟସ୍କ ଝିଅ/ପୁଅ ଉଦ୍ଧାର କରାଯାଇଛି l ସିଟି ସବଡିଭିଜନରେ ମୋଟ ୩୮ ଜଣ ଯଥା- ସିଂହଦ୍ଵାର ଥାନା ୦୨ ଜଣ, ଟାଉନ ଥାନା ୦୭ ଜଣ, ସମୁଦ୍ରକୂଳ ଥାନା ୨୨ ଜଣ, ବାସେଳୀସାହି ଥାନା ୦୩ ଜଣ, ବଳିଆପଣ୍ଡା ଥାନା ୦୨ ଜଣ, ତାଳବଣିଆ ଥାନା ୦୨ ଜଣ, ସଦର ସବଡିଭିଜନରେ ୦୬ ଜଣ, ଅରଖକୁଦା ସାମୁଦ୍ରିକ ଥାନା ୦୧ ଜଣ, କୃଷ୍ଣପ୍ରସାଦ ଥାନା ୦୪ ଜଣ, ଗଡ଼ିଶାଗୋଦା ଥାନା ୦୧ ଜଣ, ନିମାପଡା ସବଡିଭିଜନ ମୋଟ ୨୭ ଜଣ ଯଥା ନିମାପଡ଼ା ଥାନା ୦୫ ଜଣ, କାକଟପୁର ଥାନା ୧୬ ଜଣ, ଅସ୍ତରଙ୍ଗ ଥାନା ୦୨ ଜଣ, କୋଣାର୍କ ଥାନା ୦୩ ଜଣ, ରାମଚଣ୍ଡୀ ଥାନା ୦୧ ଜଣ, ପିପିଲି ସବଡିଭିଜନରେ ମୋଟ ୨୨ ଜଣ ଯଥା ସତ୍ୟବାଦୀ ଥାନା ୦୫ ଜଣ, ଡେଲାଙ୍ଗ ଥାନା ୧୧ ଜଣ, କଣାସ ଥାନା ୦୧ ଜଣ, ବଳଙ୍ଗା ଥାନା ୦୫ ଜଣଙ୍କୁ ଉଦ୍ଧାର କରିଛି l
No comments yet.