🗂 Local | 🕒 11 Dec 2025, 23:49 IST
ପୁରୀ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ଆଗକୁ ନୂଆବର୍ଷ ଆସୁଛି। ଏଣୁ ମହାପ୍ରଭୁଙ୍କ ଦର୍ଶନ ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ପାଇଁ ପୁରୀକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକଙ୍କ ଆଗମନ ହେବାରେ ଲାଗିଛି। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେଉଛି ପୁରୀ ପୋଲିସ। ଶ୍ରୀମନ୍ଦିର ସମେତ ପୁରୀ ବେଳାଭୂମି, କୋଣାର୍କ, ଚନ୍ଦ୍ରଭାଗା, ସାତପଡ଼ା ଆଦି ପୁରୀ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଏବଂ ବେଳାଭୂମିରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଅଧିକ ପେଟ୍ରୋଲି କରିବା ସହିତ ଦାଗି ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସପି ପ୍ରତୀକ ସିଂ । ପୁରୀ ସହରର ସମସ୍ତ ପ୍ରବେଶ ପଥ ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପୋଲିସ ପକ୍ଷରୁ ନାକା ଲଗାଯାଇ ଗାଡ଼ି ଗୁଡିକୁ କଡ଼ାକଡ଼ି ଯାଞ୍ଚ କରିବା ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ସମସ୍ତ ହୋଟେଲ ଗୁଡିକରେ ରହୁଥିବା ପ୍ରତ୍ୟେକ ଲୋକଙ୍କ ସଠିକ୍ ପରିଚୟ ପତ୍ର ରଖିବା ପାଇଁ ହୋଟେଲ ଆସୋସିଏସନ୍ ସହିତ ଆଲୋଚନା କରାଯାଇଛି। ଅନଲାଇନ ରେ ହୋଟେଲ ବୁକ୍ ବେଳେ ପର୍ଯ୍ୟଟକ ଯେଭଳି ସାଇବର ଠକେଇର ଶିକାର ନ ହୁଅନ୍ତି ସେନେଇ ସମସ୍ତ ହୋଟେଲ ଗୁଡିକ ସତର୍କ ରହିବା ସହିତ ନିଜର ହୋଟେଲ ଓ୍ବେବସାଇଟ କୁ ନିୟମିତ ଯାଞ୍ଚ କରିବାକୁ ପୋଲିସ ପକ୍ଷରୁ ସମସ୍ତ ହୋଟେଲକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ପୋଲିସ ଅଧିକ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ମତ ରଖିଛନ୍ତି ପର୍ଯ୍ୟଟକ। ସେପଟେ ପୁରୀ ସହର ର ସବୁ ପ୍ରବେଶ ପଥ ଏବେ ବି ମୁକୁଳା ପଡିଛି। ମୁଖ୍ୟ ରାସ୍ତା ଗୁଡ଼ିକ ରେ ସିସିଟିଭି କ୍ୟାମେରା ନାହିଁ। ଏଣୁ କେଉଁ ବ୍ୟକ୍ତି କେଉଁ ଉଦ୍ଦେଶ୍ୟ ନେଇ ପୁରୀ ସହର ରେ ପ୍ରବେଶ କରୁଛନ୍ତି ସେ ନେଇ ଆଶା ଆଶଙ୍କା ପ୍ରକାଶ ପାଇଛି। ପୁରୀ ସହର ର ପରିଧି ଅନେକ ବୃଦ୍ଧି ପାଇଛି। ହେଲେ ପୁରୀ ର ଉପକଣ୍ଠ ଅଞ୍ଚଳ ସବୁ ଅନ୍ଧାର ରେ ରହିଛି। ପୁରୀ ସହର ମଙ୍ଗଳାଘାଟ ବାଇପାସ୍ ରାସ୍ତା, ସମଙ୍ଗ ବସ ପାର୍କିଂ ରାସ୍ତା, ପୁରୀ ବେଳାଭୂମି ନିକଟ ଷ୍ଟରଲିନ ଛକ, ତାଳବଣିଆ ଭୂଦାନ ରାସ୍ତା ଆଦି ଅନ୍ଧାର ରେ ରହିଛି। ଅନ୍ଧାର ସୁଯୋଗ ନେଇ ଅସାମାଜିକ ଲୋକ ମାନେ ଚୋରି, ରାହାଜାନୀ, ଅସଦାଚରଣ କରୁଛନ୍ତି। ଏଣୁ ପୁରୀ ଉପକଣ୍ଠ ଅଞ୍ଚଳ ରେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା, ସିସିଟିଭି ବ୍ୟବସ୍ଥା ସହ କଡା ପେଟ୍ରୋଲିଂ ଆବଶ୍ୟକତା ଥିବା ପୁରୀ ସହର ବାସୀ ମତ ରଖିଛନ୍ତି।
ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାବୁଲି କରିବା ପାଇଁ ପୁରୀରେ ଅନେକ ଟ୍ରାଭେଲ ଏଜେନ୍ସୀ ରହିଛି। ତେବେ ଅନେକ ଟ୍ରାଭେଲ ଏଜେନ୍ସୀ ଗୁଡିକର କୌଣସି ସରକାରୀ ପଞ୍ଜିକରଣ ନଥିବାବେଳେ ପର୍ଯ୍ୟଟକଙ୍କୁ ଅନକେ ସମୟରେ ଟ୍ରାଭେଲ ଏଜେନ୍ସୀ ଗୁଡିକ ଠକେଇ କରିବା ସହ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ମଧ୍ୟ ବାରମ୍ବାର ଆସିବାରେ ଲାଗିଛି। ତେଣୁ ପୁରୀରେ ବେଆଇନ ଭାବେ ଟ୍ରାଭେଲ ଏଜେନ୍ସୀ ପରିଚାଳନା କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପୋଲିସ ଗ୍ରହଣ କରିବା ପାଇଁ ପୁରୀ ଜିଲ୍ଲାପାଳ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପର୍ଯ୍ୟଟନ ରୁତୁ ଏବଂ ନୂଆବର୍ଷ ଅବସରରେ ଦେଶର କୋଣ ଅନୁକୋଣ ରୁ ହଜାର ହଜାର ପର୍ଯ୍ୟଟକଙ୍କ ଆଗମନ ପୁରୀ କୁ ହୋଇଥାଏ। ତେବେ କେତେକ ଅସାମାଜିକ ଏବଂ ଅସାଧୁ ବ୍ୟକ୍ତିଙ୍କ ଯୋଗୁଁ ପର୍ଯ୍ୟଟକ ମାନେ ଅପ୍ରିତୀକର ପରିସ୍ଥିତିର ସମ୍ମୁଖୀନ ସୋଇଥାନ୍ତି। ଏଣୁ ପୁରୀକୁ ଆସୁଥିବା ପର୍ଯ୍ୟଟକ ମାନେ କିଭଳି ଏକ ଭଲ ଅନୁଭୂତି ନେଇ ଫେରିବେ ସେ ଦିଗରେ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ କାର୍ଯ୍ୟ କରିବା ଆବଶ୍ୟକତା ରହିଛି।
ଆଇନଜିବୀ ଅନିଲ କୁମାର ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ଆଗକୁ ନୁଆ ବର୍ଷ ଆସୁଚି। ଏଣୁ ପୁରୀ କୁ ବହୁତ୍ ପର୍ଯ୍ୟଟକ ଙ୍କ ଆଗମନ ହେବାରେ ଲାଗିଚି। ତେବେ ପୁରୀ ଆସୁଥିବା ପ୍ରତ୍ୟେକ ପର୍ଯ୍ୟଟକ ଙ୍କ ସୁରକ୍ଷା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ପୁରୀ ସହର ରେ ଅନେକ ବେଆଇନ ଲଜ ଓ ଗେଷ୍ଟ ହାଉସ ଅଛି ତାହାର ପଞ୍ଜିକରଣ ହୋଇନି।ସେ ନେଇ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେଉ। ପୁରୀ ସହର ର ସବୁ ପ୍ରବେଶ ପଥ ରେ ଗାଡି ଗୁଡିକୁ କଡା ଯାଞ୍ଜ କରାଯାଉ। ପୁରୀ ସହର ରେ ଅନେକ ସ୍ଥାନ ରେ ଆଜି ପର୍ଯ୍ୟନ୍ତ ସିସିଟିଭି ଲାଗି ପାରିଲା ନାହିଁ। ଏହା ଫଳରେ କିଛି ଅଘଟଣ ଘଟିଲେ ପୋଲିସ ଅପରାଧୀ ଙ୍କୁ ଧରିବାରେ ଅସୁବିଧା ସମ୍ମୁଖୀନ ହେବ। ଏଣୁ ପୁରୀ ସହର ରେ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା ଲଗାଯାଉ। ପର୍ଯ୍ୟଟକ ମାନେ ସୁରକ୍ଷିତ ରହିଲେ ହିଁ ଆଗାମୀ ଦିନରେ ପୁରୀ କୁ ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧି ପାଇବ। ଏବେବି ଶ୍ରୀ ମନ୍ଦିର କୁ ସ୍ପାଏ କ୍ୟାମେରା ଯାଉଚି । କେବଳ ଚିରାଚରିତ ସୁରକ୍ଷା ବ୍ୟବସ୍ଥା ନ ହୋଇ ସୁରକ୍ଷା ବ୍ୟବସ୍ଥା କୁ ଆହୁରି ସୁଦୃଢ଼ କରାଯାଉ। ଅତ୍ୟାଧୁନିକ ଏ ଆଇ କ୍ୟାମେରା ଲଗାଯାଇ ଶ୍ରୀ ମନ୍ଦିର, ବେଳାଭୂମି, ପୁରୀ ସହର ସମେତ ଜିଲ୍ଲାର ସବୁ ପର୍ଯ୍ୟଟନ ସ୍ଥଳୀ ଗୁଡିକ ଉପରେ କଡା ନଜର ରଖାଯାଉ।
ଶ୍ରୀ ମନ୍ଦିର କୁ ଆସିଥିବା ଜଣେ ଶ୍ରଦ୍ଧାଳୁ ବିଶ୍ଵନାଥ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପର୍ଯ୍ୟଟକ ଙ୍କ ସୁରକ୍ଷା ଅତି ଗୁରୁତ୍ବପୁର୍ଣ। ସରକାର ଙ୍କ ପକ୍ଷରୁ ଅନେକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ହେଲେ ଗଳା ବାଟରେ କିଛି ଲୋକ ଶ୍ରୀ ମନ୍ଦିର କୁ ବିନା ଯାଞ୍ଜ ରେ ପ୍ରବେଶ କରୁଛନ୍ତି। ଯାହାକି ଶ୍ରୀ ମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ବିପଦ ସୃଷ୍ଟି କରୁଛି। କିଛି ଲୋକ ଙ୍କ ସ୍ବାର୍ଥ ଯୋଗୁ ଶ୍ରୀ ମନ୍ଦିର ସୁରକ୍ଷା ବିପନ୍ନ ହେଉଚି। ଅନେକ ସ୍ଥାନ ରେ ଚୋରି ଘଟଣା ଘଟୁଛି। ଅଟୋ ଚାଳକ ମାନେ ମନ ଇଚ୍ଛା ଭଡ଼ା ନେଉଥିବା ବେଳେ ଅନେକ ସମୟ ରେ ଦୁର୍ବ୍ୟବହାର କରୁଛନ୍ତି। କେବଳ ଆମ ରାଜ୍ୟ ନୁହେଁ ସାରା ଭାରତ ରୁ ପୁରୀ କୁ ପର୍ଯ୍ୟଟକ ଆସୁଛନ୍ତି। ଏହା ଦ୍ଵାରା ସେମାନେ ଏକ ଖରାପ ଅନୁଭୂତି ନେଇ ଫେରୁଛନ୍ତି। ଏ ନେଇ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯିବ ଦରକାର। ଅନେକ ସ୍ଥାନ ରେ ସିଶିଟିଭି ରହିଚି। ହେଲେ ଏହା ପର୍ଯ୍ୟାପ୍ତ ନୁହେଁ। ଆହୁରି ସିସିଟିଭି ଲଗାଯିବା ଉଚିତ୍ ।
ଶ୍ରୀ ମନ୍ଦିର କୁ ଆସିଥିବା ଜଣେ ଶ୍ରଦ୍ଧାଳୁ
ଜଏସ ପଟେଲ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସୁରକ୍ଷା ବ୍ୟବସ୍ଥା ଯେତେ କଡାକଡି ହେବ ପର୍ଯ୍ୟଟକ ସେତେ ସୁରକ୍ଷିତ ରହିବେ। ପର୍ଯ୍ୟଟକ ଙ୍କୁ ଅନେକ ସ୍ଥାନରେ ଠକେଇ କରାଯାଉଛି। ଏ ଦିଗରେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ପୁରୀ କୁ ସାରା ଭାରତ ରୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି । ଏଣୁ ପର୍ଯ୍ୟଟକ ଙ୍କ ସୁରକ୍ଷା ଉପରେ ପୋଲିସ ଅଧିକ ନଜର ରଖିବା ଦରକାର। ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡିକ ର ପୋଲିସ ମୁତୟନ ସହିତ ସିସିଟିଭି କ୍ୟାମେରା ଲଗାଇଲେ ଅନେକ ଅଘଟଣ ରୋକିହେବ।
ପୁରୀ ଏସପି ପ୍ରତୀକ ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ଆଗକୁ ନୁଆ ବର୍ଷ ଆସୁଚି। ପୁରୀ କୁ ପର୍ଯ୍ୟଟକ ଙ୍କ ଆଗମନ ମଧ୍ୟ ବୃଦ୍ଧି ପାଇବାରେ ଲାଗୁଛି । ଶ୍ରଦ୍ଧାଳୁ ମାନେ ମହାପ୍ରଭୁ ଙ୍କୁ ଦର୍ଶନ କରିବା ସହ ପୁରୀ ବେଳାଭୂମି ରେ ବୁଲିବୁଲି କରିବେ । ପୁରୀ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ କୁ ମଧ୍ୟ ବୁଲାବୁଲି ପାଇଁ ଯିବେ । ଏଣୁ ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳୀ ରେ ଆମେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଚୁ। ପର୍ଯ୍ୟଟକ ମାନେ ଯେଭଳି କିଛି ଅସୁବିଧା ସମ୍ମୁଖୀନ ହେବେନି ସେ ଦିଗରେ ପୋଲିସ କାର୍ଯ୍ୟ କରୁଛି। ପର୍ଯ୍ୟଟକ ଙ୍କ କିଛି ଅସୁବିଧା ହେଲେ ସେମାନଙ୍କୁ ସହଯୋଗ କରିବାକୁ ସବୁ ଥାନା ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହୋଟେଲ ଗୁଡ଼ିକ ରେ ରହୁଥିବା ବ୍ୟକ୍ତି ସଠିକ୍ ପରିଚୟ ପତ୍ର ରଖିବା, ପୋଲିସ ର ସବୁ ନିର୍ଦ୍ଦେଶ ମାନିବା କୁ ସବୁ ହୋଟେଲ କୁ କୁହାଯାଇଛି। ଅନେକ ଅଣ ପଞ୍ଜୀକୃତ ଟୁର୍ ଟ୍ରାଭେଲ୍ ବ୍ୟବସାୟୀ ପର୍ଯ୍ୟଟକ ଙ୍କୁ ଠକେଇ କରୁଥିବା ଅଭିଯୋଗ ଆସୁଚି। ଏଣୁ ବେଆଇନ ଭାବେ ଟୁର୍ ଟ୍ରଭେଲ ବ୍ୟବସାୟ କରୁଥିବା ବ୍ୟକ୍ତି ଙ୍କ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
No comments yet.