🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ବ୍ରାଉନ୍ ସୁଗାର ଜବତ: ଜଣେ ଗିରଫ - NILACHALA SAMACHAR
Article Image

ବ୍ରାଉନ୍ ସୁଗାର ଜବତ: ଜଣେ ଗିରଫ

🗂 Crime | 🕒 12 Dec 2025, 02:37 IST



ପୁରୀ, ୧୧/୧୨ : କୁମ୍ଭାରପଡ଼ା ଥାନା ପୁଲିସ ଗତକାଲି ଅଠରନଳା ପାର୍କ ବାନାମ୍ବର ଛକ ନିକଟରେ ଚଢ଼ଉ କରି ଜଣେ ବ୍ରାଉନ୍ ସୁଗାର ବେପାରୀକୁ ଧରିବାରେ ସକ୍ଷମ ହୋଇଛି | ତା’ ନିକଟରୁ ପୁଲିସ ୬.୨୫ ଗ୍ରାମ୍ ଓଜନର ବ୍ରାଉନ୍ ସୁଗାର, ୬୦୧୫ ଟଙ୍କା, ଦୁଇଟି ମୋବାଇଲ ଫୋନ୍ ଏବଂ ଓଡି-୧୩-ସି-୮୫୯୨ ନମ୍ବର ପଲସର ବାଇକ୍ ଜବତ କରିଥିଲା | ପୁଲିସ ନିଜ ଆଡୁ ୫୬୯/୨୫ ନମ୍ବରରେ ଏକ ମାମଲା ରୁଜୁ କରି ସଦର ଥାନା ଅନ୍ତର୍ଗତ ବାଟଗାଁର ସରୋଜ କୁମାର ମହାନ୍ତି(୪୧) ଗିରଫ ପରେ କୋର୍ଟଚାଲଣ କରିଛି |

💬 Leave a Comment

🗨️ Approved Comments

No comments yet.

🔗 Share this article: