🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ହାଇୱା ଧକ୍କାରେ ଶ୍ରମିକ ମୃତ। - NILACHALA SAMACHAR
Article Image

ହାଇୱା ଧକ୍କାରେ ଶ୍ରମିକ ମୃତ।

🗂 Local | 🕒 12 Dec 2025, 19:56 IST


ପୁରୀ - ଭୁବନେଶ୍ୱର ଜାତୀୟ ରାଜପଥର ବାଟ ଗାଁ ନିକଟରେ ଆଜି ଭୋରରୁ ହାଇୱା ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।ମୃତକ ହେଉଛନ୍ତି ଧାଉଡ଼ିଆ ଗ୍ରାମର ଭାସ୍କର ଓରଫ କାହ୍ନୁଚରଣ ଜେନା।ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବୀରେ ଦୀର୍ଘ ସମୟ ଧରି ରାସ୍ତାରୋକ କରିଥିଲେ।ଫଳରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଥିଲା।ଖବର ପାଇଁ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିବା ସହ ଉଭୟ ଗାଡ଼ି ମାଲିକ ୨୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେଇଥିଲେ।ଜିଲ୍ଲା ରେଡକ୍ରସ ପାଣ୍ଠିରୁ ମଧ୍ୟ ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ୍ ପ୍ରତ୍ୟାହୃତ ହୋଇଥିଲା।ହାଇୱା ଧକ୍କାରେ ଟ୍ରାକ୍ଟରଟି ସଂପୂର୍ଣ୍ଣ ଚୁରମାର ହୋଇଯାଇଛି। ଫେଭର ବ୍ଲକ ନେଇ ଟ୍ରାକ୍ଟରଟି ପୁରୀ ଅଭିମୁଖେ ଯାଇଥିଲେ।ସେହି ଟ୍ରାକ୍ଟରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଭାସ୍କର ବସିଥିଲେ।ପଛ ପଟୁ ଦୃତ ଗତିରେ ଆସି ହାଇୱା ଧକ୍କା ଦେବାରୁ ଘଟଣାସ୍ଥଳରେ ଭାସ୍କରଙ୍କ ମୃତ୍ୟୁ ଘଟିଥିଲା।ପରେ କ୍ରେନ୍ ସହାୟତାରେ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ହତାଯାଇଥିଲା।

💬 Leave a Comment

🗨️ Approved Comments

No comments yet.

🔗 Share this article: