🗂 Local | 🕒 14 Dec 2025, 23:21 IST
ପୁରୀ ଅନୁଷ୍ଠାନ ଆମର ପକ୍ଷରୁ ୧୭ ତମ ରାଜ୍ୟସ୍ତରୀୟ ମଞ୍ଚ ନାଟକ ପ୍ରତିଯୋଗିତା ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ଅଷ୍ଟମ ଦିନରେ ପହଂଚିଛି ।ଅନୁଷ୍ଠାନର ସଭାପତି ଭରତ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଚଳଚ୍ଚିତ୍ର ନିର୍ଦ୍ଦେଶକ ତପନ କୁମାର ଦାସ,ଅଧିବକ୍ତା ପ୍ରଧାନ ଧିରେନ୍ ରାୟ,ସଂସ୍କୃତି ସଂଚାଳକ ଶମ୍ଭୁନାଥ ହୋତା,ସମାଜସେବୀ ଅଜୟ କୁମାର ସାହୁ,ଜିଲ୍ଲା ପ୍ରଦେଶ କଂଗ୍ରେସ ସଭାପତି ରାଜେଶ ମିଶ୍ର,ଭାରତୀୟ ଜନତା ପାର୍ଟି ର ସଦସ୍ୟ ଉମାକାନ୍ତ ନାୟକ,ପ୍ରାକ୍ତନ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ କୁମାର ସାମନ୍ତରାୟ,ବରିଷ୍ଠ ସେବାୟତ ଭଗବାନ ସୁଆର ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।ଅଷ୍ଟମ ଦିନରେ ବାଲେଶ୍ଵର ନାତ୍ୟପ୍ରଭା ଅନୁଷ୍ଠାନ ପକ୍ଷରୁ ନାଟକ "ଦି ଲାଷ୍ଟ ପ୍ୟାକ" ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାସ ଙ୍କୁ ମାନପତ୍ର ସହ ଆର୍ଥିକ ରାଶି ୭ ହଜାର ଟଙ୍କା ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ୦୭ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ୧୦ ଟି ଜିଲ୍ଲାରୁ ୧୦ ଟି ନାଟକ ମଣ୍ଡଳୀ ଆସି ନାଟକ ପ୍ରଦର୍ଶନ କରିବେ ।ଶେଷ ଦିନ ଅର୍ଥାତ୍ ୧୭ ତାରିଖ ଦିନ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କରାଯିବ ।ଯେଉଁ ଜିଲ୍ଲାର ନାଟକ ମଣ୍ଡଳୀ ନାଟକ ପରିବେଷଣ କରିବେ ସେମାନଙ୍କ ଉପସ୍ଥାନ ପାଇଁ ନାଟକ ନିର୍ଦ୍ଦେଶକଙ୍କୁ ୭ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ସହ ଯେଉଁ ଦଳ ଶ୍ରେଷ୍ଠ ନାଟକ ପ୍ରଦର୍ଶନ କରିବେ ସେମାନଙ୍କୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯିବ ।ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳକୁ ଆର୍ଥିକ ରାଶି ୧୫ ହଜାର,ଦ୍ଵିତୀୟ ସ୍ଥାନ ରେ ଥିବା ଦଳକୁ ୧୦ ହଜାର ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ୭ ହଜାର ଟଙ୍କା ଆର୍ଥିକ ରାଶି ପ୍ରଦାନ କରାଯିବ ବୋଲି ସଭାପତି ସୂଚନା ପ୍ରଦାନ କରିଛନ୍ତି ।ଅଷ୍ଟମ ଦିନରେ ପରିବେଷଣ କରାଯାଇଛି ନାଟକ "ଦି ଲାଷ୍ଟ୍ ପ୍ୟାକ୍" ।ମଞ୍ଚ ପରିଚାଳନା କରିଥିଲେ ଅଭିନେତା ସମୀର ଶତପଥୀ ଓ ଶେଷରେ ଅନୁଷ୍ଠାନର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
No comments yet.