🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ବ୍ରାଉନ ସୁଗାର ଜବତ, ୩ଗିରଫ - NILACHALA SAMACHAR
Article Image

ବ୍ରାଉନ ସୁଗାର ଜବତ, ୩ଗିରଫ

🗂 Crime | 🕒 15 Dec 2025, 11:14 IST


ପୁରୀ, ୧୪/୧୨ : ପାରାନୋଳିଆ ସାହି ବାବାଜୀ ପୋଖରୀ ନିକଟରେ ବ୍ରାଉନ ସୁଗାର କାରବାର ଅଭିଯୋଗରେ ଟାଉନ ଥାନା ପୁଲିସ ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି l ଅଭିଯୁକ୍ତ ମାନେ ହେଲେ ପାରାନୋଳିଆସାହିର ରାଜୁ ଓରଫ ଭବାନୀ ଶଙ୍କର ନାୟକ ୪୬, ଦାମୋଦର ରୋଡ ହରଚଣ୍ଡୀ ଲେନର ବଳି ଓରଫ ବଳଭଦ୍ର ଜେନା ୨୩ ଓ ପଞ୍ଚୁବଟି ଶ୍ରୀରାମ ନଗରର ଚିଣ୍ଟୁ ଓରଫ ଭଗବାନ ମଲ୍ଲିକ ୧୯ l ଅଭିଯୁକ୍ତ ମାନଙ୍କ ନିକଟରୁ ୫୦. ୧୬ଗ୍ରାମ ବ୍ରାଉନ ସୁଗାର, ୨୫ଶହ ଟଙ୍କା, ଓଡି ୧୩କେ ୮୪୫୮ନମ୍ବର ବିଶିଷ୍ଟ ବାଇକ ଓ ୨ଟି ମୋବାଇଲ ଜବତ କରିଛି ପୁଲିସ l ଅପରେସନ ଚକ୍ର ମାଧ୍ୟମରେ ପୁଲିସ ଚଢ଼ାଉ ଅଭିଯାନ ଜାରି ରଖିଥିବା ବେଳେ ବ୍ରାଉନ ସୁଗାର ବେପାରୀ ଧରାପଡ଼ିଥିଲେ l ଭବାନୀ ଶଙ୍କର ନାୟକ ବ୍ରାଉନ ସୁଗାର କାରବାର ପାଇଁ ବଳଭଦ୍ର ଓ ଭଗବାନକୁ ଦେଉଥିବା ବେଳେ ପୁଲିସ ସମସ୍ତଙ୍କୁ ମାଡି ବସିଥିଲା l ପରେ ଏନଡିପିଏସ ଆକ୍ଟରେ ୬୯୯/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ l ଅଭିଯୁକ୍ତ ମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: