🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ କାର୍ ପୁରାଇ ମଦ୍ଯପଙ୍କ ଉନ୍ମତ୍ତ କାଣ୍ଡ। - NILACHALA SAMACHAR
Article Image

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ କାର୍ ପୁରାଇ ମଦ୍ଯପଙ୍କ ଉନ୍ମତ୍ତ କାଣ୍ଡ।

🗂 Local | 🕒 15 Dec 2025, 23:25 IST



ପୁରୀ ୧୫/୧୨: ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ କାର୍ ପୁରାଇ ମଦ୍ଯପଙ୍କ ଉନ୍ମତ୍ତ କାଣ୍ଡ। ପୁଲିସ ନାକେଦମ୍। ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା। ପାଞ୍ଚଜଣ ଯୁବକ ନିଶାସକ୍ତ ଅବସ୍ଥାରେ ମାର୍କେଟ ଛକ ଆଡୁ ମରଚିକୋଟ ଛକ ଦେଇ ଦୃତ ଗତିରେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ଆଡକୁ ମାଡ଼ି ଆସୁଥିଲେ। କାର୍ କୁ ଅଟକାଇବା ପାଇଁ ପୁଲିସ ଉଦ୍ୟମ କରିଥିଲେ ବି ସମ୍ଭବ ହୋଇନଥିଲା। ପିସିଆର ଗାଡ଼ିର ପିଛା କରୁଥିଲା। ଶ୍ରୀମନ୍ଦିର କାର୍ଯ୍ୟାଳୟ ଅତିକ୍ରମ କରିବା ପରେ ସିଂହଦ୍ଵାର ଥାନା ସମ୍ମୁଖରେ ପୁଲିସ ଚତୁରତାର ସହ ଅଟକାଇବାରେ ସଫଳ ହୋଇଥିଲା । ତେବେ ଗାଡ଼ି ଭିତରେ ଥିବା ସମସ୍ତ ଯୁବକ ନିଶାସକ୍ତ ଥିଲେ। ଡ୍ରାଇଭିଂ କରୁଥିବା ଯୁବକ ଗୋଟିଏ ହାତରେ ଡ୍ରାଇଭିଂ କରୁଥିଲା। ଅନ୍ୟ ଯୁବକ ମାନେ ଏତେ ମଦ୍ୟପାନ କରିଥିଲେ ଯେ ଚାଲିପାରୁନଥିଲେ। ନିଶାସକ୍ତ ଅବସ୍ଥାରେ ଥିବାରୁ ଗାଡିରୁ ସେମାନଙ୍କୁ ଓହ୍ଲାଇ ଦିଆଯାଇଥିଲା। ଗାଡ଼ିକୁ ଜବତ କରିବା ସହ ଟ୍ରାଫିକ ଥାନାକୁ ହସ୍ତାନ୍ତର କରିଥିଲା ପୁଲିସ। ପୁଲିସର ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଅଘଟଣର ବିପଦ ଟଳି ଯାଇଥିଲା।,,,

💬 Leave a Comment

🗨️ Approved Comments

No comments yet.

🔗 Share this article: