🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ନିଶା ବେପାରୀଙ୍କ ଘରେ ବୁଲିଲା ବୁଲଡୋଜର, ଘର ଭାଙ୍ଗିଲା ପ୍ରଶାସନ - NILACHALA SAMACHAR
Article Image

ନିଶା ବେପାରୀଙ୍କ ଘରେ ବୁଲିଲା ବୁଲଡୋଜର, ଘର ଭାଙ୍ଗିଲା ପ୍ରଶାସନ

🗂 Crime | 🕒 16 Dec 2025, 16:54 IST

ପୁରୀ ୧୫/୧୨: ଏଣିକି ନିଶା ମାଫିଆଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁରୀ ପୋଲିସ । ନିଶା ମାଫିଆ ଟିକି ଖାଁର ତିନୋଟି ଘର ଉପରେ ବୁଲିଛି ବୁଲଡୋଜର ।

ଗତ ୪ ତାରିଖରେ ନିଶା ମାଫିଆ ତଥା ଟିକି ଖାଁର ଶାଶୁ ସୁକାନ୍ତି ପଣ୍ଡାର ନୀଳଚକ୍ର ନଗରରେ ଥିବା ଚାରୋଟି ଘର ଉପରେ ବୁଲିଥିଲା ବୁଲଡୋଜର । ମଙ୍ଗଳବାର ପୁଣି ଥରେ ସୁକାନ୍ତି ପଣ୍ଡାର ଜ୍ବାଇଁ ଟିକି ଖାଁର ଘର ଉପରେ ପୋଲିସ ବୁଲଡୋଜର ବୁଲାଇଛି । ପୁରୀ ସଦର ଥାନା ଅନ୍ତର୍ଗତ ନୀଳଚକ୍ର ନଗରରେ ସରକାରୀ ଜମି ଉପରେ ଥିବା ଦୁଇଟି ଘର ଏବଂ ହୁଳହୁଳିଆ ପୋଲ ନିକଟରେ ଥିବା ଗୋଟିଏ ଘର ଉପରେ ବୁଲଡୋଜର ବୁଲିଛି ।


ବିଭିନ୍ନ ସମୟରେ ବ୍ରାଉନସୁଗାର ବିକ୍ରି କରି ଜେଲ୍ ଯାଇଥିଲା ଟିକି ଖାଁ । ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ଆକ୍ସନ ନିଆଯାଇଥିବା ବେଳେ ସଦର ଥାନା ଅଧିକାରୀଙ୍କ ସହିତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଘର ଭଙ୍ଗାଯାଇଥିଲା ।

💬 Leave a Comment

🗨️ Approved Comments

No comments yet.

🔗 Share this article: