🗂 Crime | 🕒 16 Dec 2025, 22:46 IST
ପୁରୀ, ୧୬/୧୨ : ଡକାୟତି ପାଇଁ ଯୋଜନା କରୁଥିବା ବେଳେ ସମୁଦ୍ରକୂଳ ଥାନା ପୁଲିସ ପଣ୍ଡ କରିବା ସହ ୫ଜଣକୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ଷ୍ଟେସନ ରୋଡ ଧୋବାସାହିର ଏନ ସନ୍ତୋଷ ରେଡ୍ଡୀ ୩୦, ପି ମନୋଜ ରାଓ ୩୦,ଏନ ପୁରୁଷୋତ୍ତମ ରେଡ୍ଡୀ ୨୪,ଏସ ପହଲା ରେଡ୍ଡୀ ୪୩ ଓ ରାମମନ୍ଦିର ଛକ ନିକଟର ଆର କନ୍ତର ୨୮ l ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ୨ଟି ଆଇରନ ରଡ଼, ୪ଟି ଖାଲି ବିୟର ବୋତଲ, ସିଗାରେଟ, ଦିଆସିଲି, ଆଦି ଜବତ କରିଛି ପୁଲିସ l ମଙ୍ଗଳବାର ସକାଳେ ପୁଲିସ ଦ୍ୱାରା ପେଟ୍ରୋଲିଂ ଚାଲିଥିବା ବେଳେ ହ୍ୟାପି ହୋମ ଛକ ନିକଟରେ ଥିବା ଏକ ପରିତ୍ୟକ୍ତ କୋଠା ଠାରେ କେତେକ ଯୁବକ ଏକାଠି ହୋଇ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା l ପରେ ଉକ୍ତ ଖବର ଅନୁଯାୟୀ ଘଟଣା ସ୍ଥଳରେ ପୁଲିସ ଚଢ଼ାଉ କରି ୫ଜଣକୁ ଗିରଫ କରିଥିଲା l ୩୬୬/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତ ମାନଙ୍କୁ ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିଲା l
No comments yet.