🗂 Local | 🕒 18 Dec 2025, 13:36 IST
ପୁରୀ, ୧୭/୧୨ : ବେଲେଶ୍ୱର ମନ୍ଦିର ନିକଟ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି l ଛାତ୍ରୀ ଜଣକ କଟକ ବକ୍ସିବଜାର ବଣିଆ ସାହିର ଶିଳ୍ପାଶ୍ରୀ ସାହୁ ୨୦ l ଛାତ୍ରୀ ଜଣକ ତାଙ୍କର ଇନଷ୍ଟିଚ୍ୟୁଟ ଛାତ୍ର ଛାତ୍ରୀଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ l ଆଜି ଅପରାହ୍ନରେ ବେଲେଶ୍ୱର ମନ୍ଦିର ନିକଟ ସମୁଦ୍ରରେ ସମସ୍ତେ ସ୍ନାନ କରୁଥିଲେ l ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ମେଡିକାଲ ଅଣାଯିବାରେ ଡାକ୍ତର ମୃତ ଘୋଷଣା କରିଥିଲେ l ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା l
No comments yet.