🗂 Crime | 🕒 19 Dec 2025, 01:08 IST
ପୁରୀ, ୧୮/୧୨: ଶ୍ରୀମନ୍ଦିର ସିଂହଦ୍ୱାର ବ୍ୟାରିକେଡ଼ ନିକଟରୁ ଶ୍ରଦ୍ଧାଳୁଙ୍କ ବ୍ୟାଗ ଚୋରି କରିବା ଅଭିଯୋଗରେ ସିଂହଦ୍ୱାର ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଜେନାପୁରର ପିଣ୍ଟୁ ପାତ୍ର ୪୮ l ଅଭିଯୁକ୍ତ ନିକଟରୁ ବ୍ୟାଗ ସହ ୨ଟି ମୋବାଇଲ, ୨ହଜାର ଟଙ୍କା ଓ ଏକ ଆଧାରକାର୍ଡ଼ ଜବତ କରିଛି ପୁଲିସ l ଅଭିଯୁକ୍ତ ବ୍ୟାଗ ଚୋରି ହୋଇଥିବା ନେଇ ପଶ୍ଚିମବଙ୍ଗର ଜଣେ ଶ୍ରଦ୍ଧାଳୁ ସାନୁ କୌର ଥାନାରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ ୨୩୫/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ ପରେ ଗୁରୁବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.