ବ୍ଲେସେଡ ସାକ୍ରାମେଣ୍ଟ ଉଚ୍ଚ ବିଦ୍ୟାଳୟରେ ଗଣିତ ପ୍ରଦର୍ଶନୀ ୨୦୨୫ ଉଦଘାଟିତ l - NILACHALA SAMACHAR
Article Image

ବ୍ଲେସେଡ ସାକ୍ରାମେଣ୍ଟ ଉଚ୍ଚ ବିଦ୍ୟାଳୟରେ ଗଣିତ ପ୍ରଦର୍ଶନୀ ୨୦୨୫ ଉଦଘାଟିତ l

🗂 Local | 🕒 19 Dec 2025, 19:41 IST



ପୁରୀ ଆଜି ତା ୧୯_୧୨_୨୫ ଭିଆଇପି ରୋଡ ସ୍ଥିତ ବ୍ଲେସେଡ ସାକ୍ରାମେଣ୍ଟ ଉଚ୍ଚ ବିଦ୍ୟାଳୟ ପରିସରରେ ୨ ଦିନିଆ ଗଣିତ ପ୍ରଦର୍ଶନୀ ହାଇପରିୟନ୍ ୨୦୨୫ ଉଦଘାଟିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ରୂପେ ପୁରୀ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡାଃ ସ୍ମିତା ସାହୁ ସମ୍ମାନିତ ଅତିଥି ରୂପେ ସିଷ୍ଟର ଆଡୋରସର ମୁଖ୍ୟ ସିଷ୍ଟର ମ୍ୟାରୀ ରୋଜ ଓ ବିଦ୍ୟାଳୟର ପ୍ରିନ୍ସିପାଲ ସିଷ୍ଟର ମ୍ୟାରୀ ଜର୍ଜଙ୍କ ଉପସ୍ଥିତିରେ ଉଦଘାଟିତ କରିଥିଲେ l ଏହି ଅବସରରେ ବିଦ୍ୟାଳୟର ୭୦୦ ଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ୨୪୦ରୁ ଉର୍ଦ୍ଧ୍ବ ଆକର୍ଷଣୀୟ ଗଣିତ ପ୍ରକଳ୍ପ ଗୁଡିକୁ ଅତିଥି ଓ ବିଭିନ୍ନ ଅଭିଭାବକ ମାନେ ବୁଲି ଦେଖିବା ସହ ବହୁତ ଉଚକୋଟିର ହୋଇଥିବା କହି ପ୍ରଶଂସା କରିଥିଲେ l ଏହି ଅବସରରେ ବିଦ୍ୟାଳୟର ପରିସରରେ ଆୟୋଜିତ ହୋଇଥିବା ଏକ ମିନି ବଜାରକୁ ଅଭିଭାବକ ମାନେ ବହୁତ ଉପଭୋଗ କରିଥିଲେ l ଏହି ପ୍ରଦର୍ଶନୀ ଆସନ୍ତା କାଲି ପର୍ଯ୍ୟନ୍ତ ଚାଲିବ l ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀମାନଙ୍କ ଦ୍ବାରା ଶୃଙ୍ଖଳାର ସହ ପରିଚାଳିତ ହୋଇଅଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: