ଦାଦାବଟି ଆଦାୟ ଅଭିଯୋଗରେ ଜଣେ ଗିରଫ - NILACHALA SAMACHAR
Article Image

ଦାଦାବଟି ଆଦାୟ ଅଭିଯୋଗରେ ଜଣେ ଗିରଫ

🗂 Crime | 🕒 20 Dec 2025, 00:58 IST


ପୁରୀ, ୧୯/୧୨ : ବଡଶଙ୍ଖ ପରିବା ମାର୍କେଟ ଠାରେ ଦାଦାବଟି ଆଦାୟ ଅଭିଯୋଗରେ କୁମ୍ଭାରପଡା ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତର ପରିଚୟ ରାମଚଣ୍ଡୀ ସାହି ବାଲିଉପରରେ ରହୁଥିବା ଛଇତନାର ରାଜା ଓରଫ ଦିଲ୍ଲୀପ କୁମାର ମଲ୍ଲିକ ୨୮ l ଶୁକ୍ରବାର ପୂର୍ବାହ୍ନରେ ପୁଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ବେଳେ ଅଭିଯୁକ୍ତ ଦାଦାବଟି ଆଦାୟ କରୁଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା l ଘଟଣା ସ୍ଥଳରେ ପୁଲିସ ଚଢ଼ାଉ ବେଳେ ଅଭିଯୁକ୍ତକୁ ଗିରଫ କରିଥିଲା l ଅଭିଯୁକ୍ତ ପୁଲିସକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ପୁଲିସ ସୂଚନା ଦେଇଥିଲେ l ପରେ ଅଭିଯୁକ୍ତ ବିରୁଦ୍ଧରେ ୫୮୦/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଶୁକ୍ରବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: