ଘରେ ପଶି ମୋବାଇଲ ଚୋରି, ଜଣେ ଗିରଫ - NILACHALA SAMACHAR
Article Image

ଘରେ ପଶି ମୋବାଇଲ ଚୋରି, ଜଣେ ଗିରଫ

🗂 Crime | 🕒 20 Dec 2025, 01:08 IST


ପୁରୀ, ୧୯/୧୨ : ମକୁବନ ୪ର୍ଥ ଲେନରେ ଘରେ ପଶି ମୋବାଇଲ ଚୋରି କରିବା ଅଭିଯୋଗରେ ତାଳବଣିଆ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ଟାଉନ ଥାନା ଅନ୍ତର୍ଗତ କୁମୁଟିସାହିର ଜଟିଆ ଓରଫ ପୂର୍ଣଚନ୍ଦ୍ର ଦାସ ୨୯ l ଅଭିଯୁକ୍ତ ନିକଟରୁ ମୋବାଇଲ ଜବତ କରିଛି ପୁଲିସ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତ ୧୭ ତାରିଖ ରାତ୍ରରେ ମକୁବନ ୪ର୍ଥ ଲେନର ଦେବାଶିଷ ରାଉତ ୪୮ ଥାନାରେ ଅଭିଯୋଗ କରିଥିଲେ l ସେ ଅଭିଯୋଗ କରିଥିଲେ ଯେ ଉକ୍ତ ଦିନ ରାତ୍ରରେ ଅଭିଯୁକ୍ତ ଘରେ ପଶି ଜଣେ ଅଜଣା ବ୍ୟକ୍ତି ମୋବାଇଲ ଚୋରି କରିଥିଲା l ଚୋରି ବେଳେ ତାଙ୍କର ସ୍ତ୍ରୀ ଚୋର ଚୋର କହି ହୋହଲ୍ଲା କରିଥିଲେ l ପରେ ନବକଳେବର ନୂଆସାହି ନିକଟରେ ଏକ ଚୋର ଧରାପଡ଼ିଥିଲା l ପିସିଆର ପହଂଚି ଅଭିଯୁକ୍ତକୁ କାବୁ କରି ତାଳବଣିଆ ଥାନାର ଜିମା ଦେଇଥିଲା l ଅଭିଯୁକ୍ତ ନିକଟରୁ ମୋବାଇଲ ଜବତ କରାଯାଇଥିଲା l ପରେ ୨୭୫/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଶୁକ୍ରବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: