ପୋଲିସ ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ,୧୦୪ ୟୁନିଟ୍ ରକ୍ତ ସଂଗ୍ରହ - NILACHALA SAMACHAR
Article Image

ପୋଲିସ ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ,୧୦୪ ୟୁନିଟ୍ ରକ୍ତ ସଂଗ୍ରହ

🗂 Local | 🕒 20 Dec 2025, 16:58 IST


ପୁରୀ, ୧୯/୧୨ : ସଦଭାବନା ଗୃହରେ ଶୁକ୍ରବାର ସମୁଦ୍ରକୁଳ ଥାନା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ ଏସପି ପ୍ରତୀକ ସିଂ ଉଦଘାଟନ କରିଥିଲେ l ରକ୍ତଦାନ ଶିବିରରେ ସାଧାରଣ ଜନତା, ପୋଲିସ କର୍ମଚାରୀ, ସାମାଜିକ ସଂଗଠନର ସଦସ୍ୟ ଓ ସ୍ବେଛାସେବୀ ମାନେ ରକ୍ତଦାନ କରିଥିଲେ। ଶିବିରରେ ମୋଟ ୧୦୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏସ୍ପି ପୁରୀ ଶ୍ରୀ ସିଂହ ଉଦଘାଟନ କରି କହିଥିଲେ ଯେ, ରକ୍ତଦାନ ମହାଦାନ ଅଟେ ଏବଂ ଏହା ଦ୍ୱାରା ଅନେକ ମୂଲ୍ୟବାନ ଜୀବନକୁ ବଞ୍ଚାଇ ହେବ। ପୋଲିସ କେବଳ ଆଇନ ଓ ଶୃଙ୍ଖଳା ରକ୍ଷାରେ ସୀମିତ ନୁହେଁ, ସାମାଜିକ ଦାୟିତ୍ୱ ପାଳନ ଓ ମାନବିକ ସେବାରେ ମଧ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛି l ଭବିଷ୍ୟତରେ ଏପରି ସାମାଜିକ ଓ ସ୍ୱାସ୍ଥ୍ୟମୂଳକ କାର୍ଯ୍ୟକ୍ରମ ଆହୁରି ବେଶି ପରିମାଣରେ ଆୟୋଜନ କରାଯିବ ବୋଲି ସେ କହିଥିଲେ। ଏହି ଅବସରରେ ଡିଏସ୍ପି ସିଟି ପ୍ରଶାନ୍ତ କୁମାର ସାହୁ, ଡ଼ିଏସପି ତଥା ଟ୍ରାଫିକ୍ ଇନଚାର୍ଜ ଜୟଦୀପ ମହାନ୍ତି, ଟାଉନ୍ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ, ସିବିଚ୍ ଥାନା ଆଇଆଇସି ମାନସ ଚକ୍ର, ବଳିଆପଣ୍ଡା ଥାନା ଆଇଆଇସି ଶ୍ରୀମତୀ ସଂଗୀତା ଦାଶ ଓ ତାଳବଣିଆ ଥାନା ଆଇଆଇସି ଶ୍ରୀମତୀ ଗୀତାଞ୍ଜଳି ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ଓ ସୁଚାରୁ ଭାବେ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ରକ୍ତଦାନ ଶିବିରରେ ଅଂଶଗ୍ରହଣ କରିଥିବା ସମସ୍ତ ରକ୍ତଦାତା, ସହଯୋଗୀ ସଂଗଠନ ଓ ଚିକିତ୍ସକ ଦଳଙ୍କୁ ପୁରୀ ପୋଲିସ ପକ୍ଷରୁ ମାନପତ୍ର ଦିଆଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: