🗂 Local | 🕒 20 Dec 2025, 19:49 IST
ପୁରୀ ବଡ଼ଶଙ୍ଖରେ ଉଠା ଦୋକାନୀଙ୍କ ଆନ୍ଦୋଳନ। ବଡ଼ଶଙ୍ଖ ଠାରେ ଫଳ ଓ ପରିବା ଦୋକାନ ଉଚ୍ଛେଦ ନେଇ ଉଠା ଦୋକାନୀ ରାସ୍ତାରେ ଟା ଜାଳି କରିଛନ୍ତି ଆନ୍ଦୋଳନ। ପ୍ରଥମେ ଥଇଥାନ ପରେ ଉଚ୍ଛେଦ ନେଇ ଦାବି କରିଛନ୍ତି ଆନ୍ଦୋଳନ। ପରିସ୍ଥିତି ଏଭଳି ହୋଇଛି ଯେ ଉଠା ଦୋକାନୀ ସହିତ ପୋଲିସର ମୁହାଁମୁହିଁ ପରିସ୍ଥିତି ଉପୁଜିଛି।
ଉଠା ଦୋକାନୀ ମାନେ ନିଜ ଜିଦରେ ଅଟଳ ଥିବାବେଳେ ପୋଲିସ ଓ ପୌର ଅଧିକାରୀ ଉଠା ଦୋକାନୀ ମାନଙ୍କୁ ବୁଝାସୁଝା କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଥିବାରୁ ଅତିରିକ୍ତ ଏସପି, ଥାନା ଅଧିକାରୀଙ୍କ ସହିତ ତିନି ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।
No comments yet.