🗂 Local | 🕒 21 Dec 2025, 00:06 IST
ପୁରୀ ଜିଲ୍ଲା ଆଇନଜୀବୀ ସଂଘର ନିଆରା ପ୍ରତିବାଦ । ଐତିହ୍ୟ କୋର୍ଟକୁ ସ୍ଥାନାନ୍ତର ପ୍ରତିବାଦରେ ଧାରଣା । ଅଠରନଳାରେ ରାସ୍ତାରୋକ କରିଛନ୍ତି ଓକିଲ ସଂଘ। ତେବେ ପୂର୍ବରୁ ମଧ୍ୟ କୋର୍ଟ ସ୍ଥାନାନ୍ତର ପ୍ରସ୍ତାବକୁ ବିରୋଧ କରି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପୁରୀ ବାର୍ ଆସୋସିଏସନର ଓକିଲ ମାନେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୨୯୫ ଦିନ ଧରି ସତ୍ୟାଗ୍ରହ କରିଥିଲେ ଆଇନଜୀବୀ । ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇନଥିବାରୁ ଆଇନଜୀବୀ ସଂଘ ପକ୍ଷରୁ ରାସ୍ତାରୋକ କରାଯାଇଛି । ଆଇନଜୀବୀ ସଂଘ ପକ୍ଷରୁ ନାରାବାଜୀ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରସ୍ତାବିତ ଜାଗାଟି ମଧୁର ଜଳ ସଂରକ୍ଷଣ ଅଞ୍ଚଳରେ ଆସୁଥିବାବେଳେ ଏହା ମଧ୍ୟ ବାଲୁଖଣ୍ଡ ଅଭୟାରଣ୍ୟ ଅଞ୍ଚଳରେ ଆସୁଛି । ଯାହା ସିଆରଜେଡ୍ ଆଇନ୍ର ଉଲଘଂନ କରୁଛି । ତେଣୁ ରାଜସ୍ୱ ବିଭାଗ ସମେତ ମାନ୍ୟବର ହାଇକୋର୍ଟ ଓ ରାଜ୍ୟ ସରକାର କୋର୍ଟ ସ୍ଥାନାନ୍ତର ପ୍ରସଙ୍ଗ ଉପରେ ପୁନଃବିଚାର କରିବାକୁ ଆଇନଜୀବୀ ସଂଘ ପକ୍ଷରୁ କୁହାଯାଇଛି ।
No comments yet.