🗂 Local | 🕒 25 Dec 2025, 00:49 IST
ପୁରୀ ୨୫/୧୨ : ସରକାରୀ ଚାକିରୀ କରି ଏକ ବେସରକାରୀ ଅନୁଷ୍ଠାନ ପଞ୍ଜିକରଣ ସମୟରେ ନିଜ ପଦ ପଦବୀ ସମ୍ପର୍କିତ ସଠିକ୍ ତଥ୍ୟ ନ ଦେଇ ଗୋପନ ରଖିବା, ସରକାରୀ ଅଧିକାରୀଙ୍କୁ ସଙ୍ଗୀତ ଗୁରୁ ବୋଲି
ମିଥ୍ୟା ସୂଚନା ଦେବା, ନିୟମ ଅନୁସାରେ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠାନର ବାର୍ଷିକ ଷ୍ଟେଟମେଣ୍ଟ, ଅଡିଟ ରିପୋର୍ଟ, ରିଜୁଲେସନ ବହି ଇତ୍ୟାଦି ଦାଖଲ ନ କରିବା, ବିଭିନ୍ନ ସରକାରୀ ସଂସ୍ଥାରୁ କଲ୍ଚରାଲ ପ୍ରୋଗ୍ରାମ ପାଇଁ ଅର୍ଥ ନେଇ ହଡ଼ପ କରିବା ଆଦି ଅଭିଯୋଗରେ ପୁରୀ ସିଦ୍ଧ ମହାବୀର ସଙ୍ଗୀତ ପରିଷଦର ଅନୁଷ୍ଠାନର ସଂପାଦକ ସତ୍ୟପ୍ରିୟ ମହାପାତ୍ରଙ୍କୁ ୭ ଦିନ ମଧ୍ୟରେ କାଗଜ ପତ୍ର ଦାଖଲ ସହିତ ଜବାବ ଦେବା ପାଇଁ ହରି ଶଙ୍କର ବାରିକଙ୍କ ଅଭିଯୋଗ ଆଧାରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୪୮୦୨ ତା ୨୩/୧୨/୨୦୨୫ ରିଖରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ରେଜିଷ୍ଟ୍ରାର ଅଫ ସୋସାଇଟି ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତା ଜାନୁଆରୀ ୨ ତାରିଖରେ ବ୍ୟକ୍ତି ଗତ ଭାବେ ହାଜର ହୋଇ ଜବାବ ଦେବା ପାଇଁ ଅତିରିକ୍ତ ରେଜିଷ୍ଟାରଙ୍କ କାର୍ଯ୍ୟାଳୟ ପକ୍ଷରୁ ସତ୍ୟପ୍ରିୟଙ୍କୁ ଦିଆ ଯାଇ ଥିବା କାରଣ ଦର୍ଶାଅ ନୋଟିସରେ ଉଲ୍ଲେଖ ରହିଛି। ସେହିପରି ସତ୍ୟପ୍ରିୟଙ୍କ ପତ୍ନୀ ଶିକ୍ଷୟତ୍ରୀ
ସବିତା ମିଶ୍ର ସିଦ୍ଧ ମହାବୀର ସଙ୍ଗୀତ ପରିଷଦ ଅନୁଷ୍ଠାନ ପଞ୍ଜିକରଣ ସମୟରେ ସରକାରୀ ଚାକିରି କରି ଥିଲେ କି ନାହିଁ। ଯଦି ଚାକିରି କରି ଥିଲେ ଅନୁଷ୍ଠାନ କାଗଜ ପତ୍ରରେ ସଙ୍ଗୀତ ଶିକ୍ଷୟତ୍ରୀ ବୋଲି ବୋଲି ଯେଉଁ ମିଥ୍ୟା ତଥ୍ୟ ଦେଇଛନ୍ତି ତାଙ୍କ ବିରୋଧରେ ହରି ଶଙ୍କରଙ୍କ ଅଭିଯୋଗ କ୍ରମେ କି ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ସେ ବିଷୟରେ ତଦନ୍ତ ରିପୋର୍ଟ ପ୍ରଦାନ ପାଇଁ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ପୁରୀ ଜିଲ୍ଲା ଶିକ୍ଷାଧିକାରିଙ୍କୁ ଲିଖିତ ଭାବେ ନିର୍ଦ୍ଦେଶ ଦିଆ ଯାଇଛି। ସୂଚନା ଯୋଗ୍ୟ ଯେ, ପୁରୀ ସିଦ୍ଧ ମହାବୀର ମନ୍ଦିର ଅଟାକଳ ଲେନରେ ସିଦ୍ଧ ମହାବୀର ସଙ୍ଗୀତ ପରିଷଦ ନାମରେ ଏକ ଘରୋଇ ବେସରକାରୀ ସଙ୍ଗୀତ ଶିକ୍ଷା ଅନୁଷ୍ଠାନ ରହିଛି। ଯାହାର ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି ପୁରୀ ଗ୍ରାମ୍ୟ ନିର୍ମାଣ ପ୍ରବାହ କାର୍ଯ୍ୟଳୟରେ କାର୍ଯ୍ୟରତ କିରାଣୀ ସତ୍ୟପ୍ରିୟ ମହାପାତ୍ର। କୋଷାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି ସତ୍ୟପ୍ରିୟଙ୍କ ପତ୍ନୀ ତଥା ଶିକ୍ଷୟତ୍ରୀ ସବିତା ମିଶ୍ର। କିନ୍ତୁ ୨୦୧୫ ମସିହାରେ ଅନୁଷ୍ଠାନ ପଞ୍ଜିକରଣ ସମୟରେ ଉଭୟ ପତି ପତ୍ନୀ ସରକାରୀ ଚାକିରୀ କରି ଥିଲେ ମଧ୍ୟ ନିଜ ପଦବୀ ଗୋପନ ରଖି ସଙ୍ଗୀତ ଗୁରୁ ବୋଲି ମିଥ୍ୟା ତଥ୍ୟ ଦେଇଛନ୍ତି। ଯାହା ଗୁରୁତର ଅପରାଧ ଅଟେ। କେବଳ ସେତିକି ନୁହେଁ ଦୀର୍ଘ ଦାଶ ବର୍ଷ ମଧ୍ୟରେ ସତ୍ୟପ୍ରିୟ ବିଭିନ୍ନ ସରକାରୀ ସଂସ୍ଥାରୁ କଲଚାରାଲ ପ୍ରୋଗ୍ରାମ ପାଇଁ ଲକ୍ଷାଧିକ ଟଙ୍କା ନେଇଛନ୍ତି। କିନ୍ତୁ ସୋସାଇଟି ନିୟମ ଅନୁସାରେ ଅନୁଷ୍ଠାନର ବାର୍ଷିକ ରିପୋର୍ଟ, ଅଡିଟ ରିପୋର୍ଟ ଓ ରି ଜୋ ଲେ ସୁନ ବହି ରେଜିଷ୍ଟ୍ରାରଙ୍କ କାର୍ଯ୍ୟ ଲୟରେ ଦାଖଲ କରିବା କଥା କିନ୍ତୁ ଅନୁଷ୍ଠାନ ପଞ୍ଜିକରଣ ହେବା ଦିନ ଠାରୁ ସତ୍ୟପ୍ରିୟ ଆଜି ପର୍ଯ୍ୟନ୍ତ କୌଣସି କାଗଜ ପତ୍ର ଦାଖଲ କରି ନାହାନ୍ତି। ଯାହା ସୋସାଇଟି ନିୟମର ଖୋଲାଖୋଲି ଉଲଙ୍ଘନ ଅଟେ।
No comments yet.