ତୀର୍ଥରାଜ ମହୋଦଧୀ ଆରତୀର ୨୦ତମ ବାର୍ଷିକ ମହୋତ୍ସବ ସମ୍ପର୍କରେ ଗୋବର୍ଦ୍ଧନ ମଠ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ବୟ ବୈଠକ । - NILACHALA SAMACHAR
Article Image

ତୀର୍ଥରାଜ ମହୋଦଧୀ ଆରତୀର ୨୦ତମ ବାର୍ଷିକ ମହୋତ୍ସବ ସମ୍ପର୍କରେ ଗୋବର୍ଦ୍ଧନ ମଠ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ବୟ ବୈଠକ ।

🗂 Local | 🕒 25 Dec 2025, 01:08 IST



ପୁରୀ, ୨୫/୧୨/ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ମହୋଦଧି ଆରତୀ ସଞ୍ଚାଳନ ସମିତି ସଦସ୍ଯ ଓ ଜିଲ୍ଲା ପ୍ରଶାସନଙ୍କ ମଧ୍ୟରେ ଏକ ସମନ୍ଵିତ ବୈଠକ ଅନୁଷ୍ଠିତ ହୋଇଥିଲା। ଆଗାମୀ ସମୁଦ୍ର ଆରତୀ ବାର୍ଷିକ ମହୋତ୍ସବ ସହିତ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।


ବୈଠକରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ କୁମାର ବେହେରା ସମୁଦ୍ର ଭଗବାନଙ୍କ ଦିବ୍ଯ ଆରତୀ ସୁଗମ ଭାବରେ ପରିଚାଳନା କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। 


ଶ୍ରୀ ଗୋବର୍ଦ୍ଧନ ମଠ-ପୁରୀପୀଠ ପୁରୀ ସ୍ବଗର୍ଦ୍ୱାର ଦ୍ୱାର ସମ୍ମୁଖରେ ପବିତ୍ର ମହୋଦଧି ଆରତୀ କାର୍ଯ୍ୟକ୍ରମ ଅତ୍ୟନ୍ତ ଭକ୍ତି ଏବଂ ବିଶ୍ୱାସ ସହିତ ପରିଚାଳନା କରୁଯାଉଛି। ଜିଲ୍ଲା ପ୍ରଶାସନର ସହଯୋଗରେ ଏହି କାର୍ଯ୍ୟକ୍ରମର ବାର୍ଷିକ ଉତ୍ସବ ମଧ୍ୟ ଆୟୋଜିତ ହେଉଛି। ଏହି ପବିତ୍ର ପର୍ବର ବାର୍ଷିକ ଉତ୍ସବ ପୌଷ ପୂର୍ଣ୍ଣିମା, ୦୩/୦୧/୨୦୨୬ ଦିନ ଅପରାହ୍ନ ୪:୩୦ ରେ ଦେଶ ଏବଂ ବିଶ୍ୱର ମଙ୍ଗଳର ଭାବନା ସହିତ ପାଳନ କରାଯିବ।


ଏହି ପବିତ୍ର ପର୍ବ ପୂଜ୍ୟ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ, ପୁରୀ ରାଜା ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ, ପୂଜ୍ୟ ସନ୍ଥ, ମହନ୍ତ ଏବଂ ମଠର ମୁଖ୍ୟଙ୍କ ଦିବ୍ୟ ଉପସ୍ଥିତିରେ ପାଳନ କରାଯିବ। ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବିଭିନ୍ନ ମାନ୍ଯଗଣ୍ଯ ବ୍ଯକ୍ତିଙ୍କ ସହ ଅନେକ ରାଜନେତା, ସାଂସଦ ଏବଂ ବିଧାୟକଙ୍କ ମଧ୍ଯ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ସମ୍ମତି ପ୍ରକାଶ କରିଛନ୍ତି।

💬 Leave a Comment

🗨️ Approved Comments

No comments yet.

🔗 Share this article: