🗂 Crime | 🕒 25 Dec 2025, 17:45 IST
ପୁରୀ, ୨୫/୧୨ : ବେଆଇନ ଏସକଫ ସିରଫ କାରବାର ଅଭିଯୋଗରେ ସଦର ଥାନା ପୁଲିସ ଦୁଇଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଦ୍ବୟ ହେଲେ ଏହି ଥାନା ଅନ୍ତର୍ଗତ ଷଣ୍ଢପୁରର ସଞ୍ଜୟ ଭୋଇ ୩୨ ଓ କାସିଜଗନ୍ନାଥପୁର କରୁଅ ଗ୍ରାମର ଚରଣ ସେଠୀ ୨୬ l ଅଭିଯୁକ୍ତ ଦ୍ବୟଙ୍କ ନିକଟରୁ ୬୬ଟି ଏସକଫ ସିରଫ ବୋତଲ, ୨ଟି ମୋବାଇଲ ଓ ୮୯୭୦ ଟଙ୍କା ଜବତ କରାଯାଇଛି l ଗିରଳ ଛକ ଗ୍ରୀଡ଼ଷ୍ଟେସନ ରୋଡ ଠାରେ ଅଭିଯୁକ୍ତ ଦ୍ବୟ ଏସକଫ ସିରଫ କାରବାର କରୁଥିବା ବେଳେ ସଦର ଥାନା ପୁଲିସ ଚଢ଼ାଉ କରି ଅଭିଯୁକ୍ତ ଦ୍ବୟକୁ ଗିରଫ କରିଥିଲା l ଅଭିଯୁକ୍ତ ଦ୍ବୟ ବିରୁଦ୍ଧରେ ୭୮୮/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.