ଅଜଣା ଗାଡି ଧକ୍କାରେ ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରିଛି ପରିବହନ ବିଭାଗ କର୍ମଚାରୀ - NILACHALA SAMACHAR
Article Image

ଅଜଣା ଗାଡି ଧକ୍କାରେ ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରିଛି ପରିବହନ ବିଭାଗ କର୍ମଚାରୀ

🗂 Local | 🕒 26 Dec 2025, 02:12 IST

ପୁରୀ ୨୬/୧୨ : ଭୁବନେଶ୍ୱର ଜାତୀୟ ରାଜପଥର ଅଜଣା ଗାଡି ଧକ୍କାରେ ବୀରପ୍ରତାପପୁର ନିକଟରେ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଆହତଙ୍କୁ ଉଦ୍ଧାର କରି ମାନବିକତାର ପରିଚୟ ଦେଖାଇଛନ୍ତି ପରିବହନ ବିଭାଗ କର୍ମଚାରୀ ।ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଚନ୍ଦନପୁର ବାଏପାସ ରୁ ଅଣାଯାଇ ପୁରୀ ମେଡିକାଲ ରେ ପହଞ୍ଚିଲେ ପରିବହନ କାର୍ଯ୍ଯାଳୟ ର କର୍ମଚାରୀ।ଗୁରୁତର ଆହାତ ହେଉଛନ୍ତି ଆର୍ତ୍ତବନ୍ଧୁ ସାମଲ ,ତାଙ୍କ ସ୍ତ୍ରୀ ବିନୋଦିନୀ ସାମଲ ଓ ପୁଅ ଅଂଶୁମାନ ସାମଲ ।ଆର୍ତ୍ତବନ୍ଧୁ ନିଜ ସ୍ତ୍ରୀ ଓ ପୁଅଙ୍କ ସହ ଏକ ବାଇକ୍ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ଅକ୍ ଅଜଣା ଗାଡ଼ି ଧକ୍କା ଦେଇଥିଲା।ଖବର ପାଇଁ ଏମଭିଆଇ ଇନ୍ସପେକ୍ଟର ସୁଶାନ୍ତ ପାତ୍ର ଅନ୍ୟ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି।

💬 Leave a Comment

🗨️ Approved Comments

No comments yet.

🔗 Share this article: