ଜନ୍ମ ନେଲେ ଯୀଶୁ ଖ୍ରୀଷ୍ଟ, ଉତ୍ସବ ମୁଖର ଚର୍ଚ୍ଚ - NILACHALA SAMACHAR
Article Image

ଜନ୍ମ ନେଲେ ଯୀଶୁ ଖ୍ରୀଷ୍ଟ, ଉତ୍ସବ ମୁଖର ଚର୍ଚ୍ଚ

🗂 Local | 🕒 26 Dec 2025, 03:32 IST


ପୁରୀ, ୨୫/୧୨ : ଧରାବତାରଣ କରିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ।ଏଥିପାଇଁ ଉତ୍ସବମୁଖର ହୋଇପଡିଛି ପୁରୀର ସମସ୍ତ ଚର୍ଚ୍ଚ।ବିଶେଷ କରି ପୁରୀ କ୍ୟାଥୋଲିକ ଚର୍ଚ୍ଚରେ ଧୁମ୍ ଧାମରେ ବଡଦିନ ପାଳନ କରାଯାଇଛି।ବଡଦିନକୁ ଖ୍ରୀଷ୍ଟ ଧର୍ମରେ ସବୁଠାରୁ ପବିତ୍ର ମନେ କରାଯାଇଥାଏ ଏହି ଦିନକୁ। ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ଗତକାଲି ମଧ୍ୟରାତ୍ରୀରେ ଧରାବତରଣ କରିଥିଲେ ପ୍ରଭୁ ଯୀଶୁ। ଧରାପୃଷ୍ଠରେ ପ୍ରଭୁଙ୍କ ସ୍ୱାଗତ ଲାଗି ଚର୍ଚ୍ଚଗୁଡ଼ିକ ଆଲୋକମାଳାରେ ସଜ୍ଜାଯିବା ସହ ସାରା ବିଶ୍ୱ ଉତ୍ସବମୁଖର ହୋଇପଡିଥିଲା।ନିର୍ଦ୍ଧାରିତ ସମୟ ଅନୁଯାୟୀ ପୁରୀ କ୍ୟାଥୋଲିକ ଚର୍ଚ୍ଚ ପରିସରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜନ୍ମଗ୍ରହଣ କରିଥିଲେ।ଏଥିପାଇଁ ଚର୍ଚ୍ଚ ପରିସରରେ ପ୍ରତୀକାତ୍ମକ ଭାବେ ଏକ ଗୁହାଳ କରାଯିବା ସହ ଶିଶୁ ଯୀଶୁଙ୍କ ପ୍ରତିମୂର୍ତ୍ତି ରଖାଯାଇଥିଲା।ଦେବନ୍ଦୂତଙ୍କ ନିର୍ଦ୍ଧେଶ କ୍ରମେ ସ୍ଵାଗତ ସଙ୍ଗୀତ ମଧ୍ୟରେ ମେଷ ପାଳକ ଜଗିରହିଥିଲେ। ଚର୍ଚ୍ଚର ଫାଦର୍ ପବିତ୍ର ଜଳ ସିଞ୍ଚନ କରି ଶିଶୁ ଯୀଶୁଙ୍କ ପ୍ରାର୍ଥନା ଘରକୁ ଆଣିଥିଲେ।ଏହାପରେ କ୍ୟାରୋଲ ସଙ୍ଗୀତ ଗାନ କରାଯାଇଥିଲା।ସାମୁହିକ ପ୍ରାର୍ଥନା ପରେ ଫାଦର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଇତିହାସ ଓ ସେ କେଉଁ ଉଦ୍ଧେଶ୍ୟରେ ଧରାବତରଣ କରିଥିଲେ ତାର ଦିବ୍ୟ ସନ୍ଦେଶ ପ୍ରଦାନ କରିଥିଲେ। ପରେ ସମସ୍ତ ଖ୍ରୀଷ୍ଟ ଧର୍ମାବଲାମ୍ବୀ ଭାଇ ଭଉଣୀ ପରସ୍ପରକୁ ମେରୀ ଖ୍ରୀଷ୍ଟମାସ୍ ର ଅଭିନନ୍ଦନ ଜଣାଇଥିଲେ।

💬 Leave a Comment

🗨️ Approved Comments

No comments yet.

🔗 Share this article: