🗂 Crime | 🕒 27 Dec 2025, 21:13 IST
ପୁରୀ, ୨୭/୧୨ : କ୍ରିକେଟ ବ୍ୟାଟରେ ଆକ୍ରମଣ କରିବା ଅଭିଯୋଗରେ ତାଳବଣିଆ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣକ ଏହି ଥାନା ଅନ୍ତର୍ଗତ ନୀଳଚକ୍ର ଲେନରେ ରହୁଥିବା ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଂଚଳର ଗୁଡୁ ଓରଫ କ୍ରିଷ୍ଣାନନ୍ଦ ଦାଶ ୧୮ l ଅଭିଯୁକ୍ତ ନିକଟରୁ ଏକ କ୍ରିକେଟ ବ୍ୟାଟ ଜବତ କରିଛି ପୁଲିସ l ଅଭିଯୁକ୍ତ ଗତ ୨୬ତାରିଖ ଅପରାହ୍ନରେ ସିଟି ରୋଡର ଅଭିଷେକ ଦାସ ୨୪କୁ ବ୍ୟାଟରେ ଆକ୍ରମଣ କରିଥିଲା l ଅଭିଷେକଙ୍କ ମୁଣ୍ଡ, କାନ ନାକରେ ଆଘାତ ଲାଗି ରକ୍ତଶ୍ରାବ ହୋଇଥିଲା l ଅଭିଷେକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା l ଅଭିଷେକଙ୍କ ମା ବୀଣାପାଣି ଦାସଙ୍କ ଅଭିଯୋଗ କ୍ରମେ ଥାନାରେ ୨୮୦/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଥିଲା l ପରେ ଅଭିଯୁକ୍ତକୁ ଗିରଫ ପରେ ଶନିବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.